Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଇଣ୍ଡିଗୋ କାର ସହ ଗଞ୍ଜେଇ ଜବତ ଘଟଣା: ଫେରାର୍ ଅଭିଯୁକ୍ତକୁ ଛେଣ୍ଡିପଦାରୁ ଗିରଫ, କୋର୍ଟ ଚାଲାଣ
ଅପରାଧ

ଇଣ୍ଡିଗୋ କାର ସହ ଗଞ୍ଜେଇ ଜବତ ଘଟଣା: ଫେରାର୍ ଅଭିଯୁକ୍ତକୁ ଛେଣ୍ଡିପଦାରୁ ଗିରଫ, କୋର୍ଟ ଚାଲାଣ

August 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଗତ ଅପ୍ରେଲ ମାସରେ କୁଡାନାଳୀ କୋଇଲିପଦା ଜଙ୍ଗଲରୁ ୭୯ କେଜି ଗଞ୍ଜେଇ ଜବତ କରିଥିଲା ନାକଟିଦେଉଳ ପୋଲିସ୍। ହେଲେ ପୋଲିସ୍ କୁ ଚକମା ଦେଇ ଏଥିରେ ସଂପୃକ୍ତି ଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ସେଇ ଦିନ ଠାରୁ ସେଇ ଅଭିଯୁକ୍ତକୁ ଖୋଜୁଥିଲା। ଆଜି ନାକଟିଦେଉଳ ପୋଲିସ୍ ସେଇ ଗଞ୍ଜେଇ କାରବାରରେ ସଂପୃକ୍ତି ଥିବା ଛେଣ୍ଡିପଦାର ପବିତ୍ର ମୋହନ ସାହୁକୁ ଛେଣ୍ଡିପଦାରୁ ଗିରଫ କରିବାରେ ସଫଳ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ପ୍ରକାଶ କରିଛନ୍ତି।

ସୂଚନା ଥାଉକି ଗତ ଅପ୍ରେଲ୍ ମାସ ୭ ତାରିଖ ସଂଧ୍ୟାରେ ରେଢାଖୋଲ ରୁ ନାକଟିଦେଉଳ ପଟକୁ ଏକ ଧଳା ଇଣ୍ଡିଗୋ କାର୍ (ଓଡି ୦୨ ଡି ୪୫୭୪) ରେ ଚୋରାରେ ଗଞେଇ ଅନୁଗୁଳ ଅଂଚଳକୁ ଆସୁଥିବାର ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରିଦେଇଥିଲେ। ଗଞ୍ଜେଇ ବେପାରୀ ପୋଲିସ୍ ଥିବାର ଜାଣି ପାରି ସେ ଚରଡପଶି ନିକଟରୁ ଗାଡିକୁ ପଛକୁ କରି ଶିମିଳିପାଳ ଛକରୁ କୁଡାନାଳି ରାସ୍ତା ପଟକୁ ଦୃତ ଗତିରେ ଫେରାର୍ ହୋଇଯାଇଥିଲା। ପୋଲିସ୍ କାର୍ କୁ ପିଛା କରିଥିଲା।

ପୋଲିସ୍ ଆସୁଥିବା ଜାଣି ଜାମୁଜୋରି ପଂଚାୟତର କୁଡାନାଳି ନିକଟ କୋଇଲିପଦା ନିକଟସ୍ଥ ଜଙ୍ଗଲରେ କାରକୁ ଛାଡି ଡ୍ରାଇଭର ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ପହଂଚିଲା ବେଳକୁ ଡ୍ରାଇଭର ନ ଥିଲା। ପୋଲିସ୍ କାରରେ ଥିବା ଏକ ବସ୍ତାରେ ୭୯ କେଜି ଗଞେଇ ଜବତ କରିବା ସହ କାରକୁ ନାକଟିଦେଉଳ ଥାନାକୁ ଆଣିଥିଲା। କାରର୍ ଓରିଜିନାଲ୍ ଆର୍ ସି ବହି ଏବଂ ଇନସୁରାନସ୍ ଥିବାର ଜାଣି ବାକୁ ପାଇଥିଲା। କାର୍ ର ମାଲିକ ଅନୁଗୋଳ ଜିଲ୍ଲାର ବୋଲି ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ଯାଇଥିଲେ।

ନାକଟିଦେଉଳ ପୋଲିସ୍ ସେଇ ଦିନଠାରୁ ଗଞେଇ ଛାଡି ଫେରାର୍ ଥିବା ଅଭିଯୁକ୍ତକୁ ଖୋଜୁଥିଲା। ନାକଟିଦେଉଳ ଥାନା କେସ୍ ନଂ ୭୦-ତା୮/୪/୨୦୨୨ ୟୁ/ଏସ୍ ୨୦(ବି)(ଆଇଆଇ)(ସି)ଏନ୍‌ଡିପିଏସ୍ ଆକ୍ଟ ରେ କେସ୍ ରୁଜୁ ମଧ୍ୟ ହୋଇଥିଲା।

ଇଣ୍ଡିଗୋ କାର କୋର୍ଟ ଚାଲାଣ ଗଞ୍ଜେଇ ଜବତ ଫେରାର୍ ଅଭିଯୁକ୍ତ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026
Latest News

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026

ଆଜି ‘ଗୁଡ ଫ୍ରାଇ ଡେ’: ଜାଣନ୍ତୁ ଏହାକୁ କାହିଁକି ପାଳନ କରାଯାଏ ଓ ଏହି ଦିନର ମହତ୍ତ୍ଵ?

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.