ଉପ-ରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଲେ AAP ବିଧାୟକ, ପଦରୁ ହଟାଇବାକୁ ଦାବି

Published: Aug 29, 2022, 1:55 pm IST

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ଉପରେ ଏଏପି ବିଧାୟକ ଦୁର୍ଗେଶ ପଠକ ଏକ ବଡ ଅଭିଯୋଗ କରିଛନ୍ତି। ଏବଂ ତାଙ୍କୁ ଏହି ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ ଏଲଜିଙ୍କ ବିରୋଧରେ ୧୪୦୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛନ୍ତି। ବିଧାୟକ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସେ (ବିନୟ କୁମାର ସକ୍ସେନା) ଖଦି ଗ୍ରାମ ଇଣ୍ଡଷ୍ଟ୍ରିଜ୍ ବୋର୍ଡର ଚେୟାରମ୍ୟାନ୍ ଥିଲେ, ସେତେବେଳେ ସେ କୋଟି କୋଟି ଟଙ୍କା ଠକେଇ କରିଥିଲେ।

ବିଧାୟକ କହିଛନ୍ତି, “ବିମୁଦ୍ରୀକରଣ ସମୟରେ କଳା ଟଙ୍କା ଧଳା ହୋଇଯାଇଥିଲା। ବିମୁଦ୍ରୀକରଣ ସମୟରେ ଯେତେବେଳେ ଲୋକମାନେ ଭୋକରେ ଥିଲେ, ଅସୁବିଧାରେ ଥିଲେ, ଆମର ଉପ-ରାଜ୍ୟପାଳ ୧୪୦୦ କୋଟି ଟଙ୍କା ମୂଲ୍ୟର ଦୁର୍ନୀତି କରୁଥିଲେ। ଦୁଇଜଣ କ୍ୟାସିୟର ସଞ୍ଜୀବ କୁମାର ଏବଂ ପ୍ରଦୀପ ଯାଦବଙ୍କୁ ଧନ୍ୟବାଦ, ଯେଉଁମାନେ ଏହି କଥାକୁ ସମସ୍ତଙ୍କ ସମ୍ମୁଖରେ ରରଖିଥିଲେ। ”

ବିଧାୟକ କହିଛନ୍ତି ଯେ ସଞ୍ଜୀବ କୁମାର ଛୁଟିରେ ଯିବା ପରେ କ୍ୟାସିୟର ହୋଇଥିବା ପ୍ରଦୀପ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଆମକୁ ନୋଟ୍ ବିନିମୟ ପାଇଁ ଡକାଯାଇଛି। ସେ କହିଛନ୍ତି ଯେ, ଆମ ଶାଖାରେ ୨୨ ଲକ୍ଷ ଟଙ୍କା କାରବାର ହୋଇଛି। ସାରା ଦେଶରେ ଖଦି ଗ୍ରାମ ଇଣ୍ଡଷ୍ଟ୍ରିଜ୍ ର୭୦୦୦ ଶାଖା ଅଛି।

Related posts