କାବୁଲ ଦୂତାବାସ ବାହାରେ ବିସ୍ଫୋରଣ: ଋଷର କୂଟନୀତିଜ୍ଞଙ୍କ ସମେତ ୨୦ ମୃତ

Published: Sep 5, 2022, 5:59 pm IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରୁଷ ଦୂତାବାସ ବାହାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ୨ ରୁଷିଆ କୂଟନୀତିଜ୍ଞଙ୍କ ସମେତ ୨୦ ଜଣ ପ୍ରାଣ ହରାଇଛନ୍ତି। ଏହାସହ ଆକ୍ରମଣକାରୀଙ୍କୁ ବନ୍ଧୁକ ସାହାଯ୍ୟରେ ଗୁଳି କରି ହତ୍ୟା କରାଯାଇଛି।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ରୁଷ ଦୂତାବାସର ମୁଖ୍ୟ ଫାଟକରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯେତେବେଳେ ଲୋକମାନେ ଭିସା ପାଇଁ ଧାଡ଼ି ବାନ୍ଧିଥିଲେ। କେତେକ ଗଣମାଧ୍ୟମ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୫ କୁହାଯାଉଛି।

Related posts