Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧାରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଟାଉନ ଥାନା ପୋଲିସ, ଚାରି ଗିରଫ
ଅପରାଧ

ଖୋର୍ଦ୍ଧାରୁ ୫ ଲକ୍ଷରୁ ଉର୍ଦ୍ଧ୍ଵ ମୂଲ୍ୟର ବ୍ରାଉନ ସୁଗାର ଜବତ କଲା ଟାଉନ ଥାନା ପୋଲିସ, ଚାରି ଗିରଫ

September 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲାରେ ବ୍ରାଉନ ସୁଗାର କାରବାର ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି। ତେବେ ଆଜି ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି।

ସୂଚନା ମୁତାବକ ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲେ ଏସପି ସିଦ୍ଧାର୍ଥ କଟାରିଆ। ଏସପି ଙ୍କ ନିର୍ଦ୍ଦେଶ ମୁତାବକ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉ ବେଳେ ସମ୍ପୃକ୍ତ ସ୍ଥାନରୁ ୫୧ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୫ ଲକ୍ଷ ୧୦ ହଜାର ଟଙ୍କା) ଜବତ କରାଯାଇଥିବା ବେଳେ ଦୁଇ ଗୋଟି ବାଇକ ସମେତ ଚାରି ଜଣ ଅଭିଯୁକ୍ତ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଟାଉନ ଥାନା ଗୁରୁଜଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା ଓରଫ ବାପି (୨୪) ଓ ଜୀବନ ମିଶ୍ର (୩୦), ମଠ ସାହିର କବିରାଜ ପ୍ରଧାନ (୪୦) ଏବଂ କଟକ ଜିଲ୍ଲା ବାଙ୍କୀ ଥାନା ଚମ୍ପତିପୁର ଅଞ୍ଚଳର ଚିକୁନ କୁମାର ସାହୁ (୨୦)।

ଅଭିଯୁକ୍ତଙ୍କ ବିରୋଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ଟାଉନ ଥାନାରେ କେସ ନମ୍ବର ୪୫୭/୨୨ ରେ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି।

ଖୋର୍ଦ୍ଧା ଟାଉନ ଥାନା ପୋଲିସ ବ୍ରାଉନ ସୁଗାର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026
Latest News

କ୍ୟାଶଲେସ୍ ଇଣ୍ଡିଆରେ ନୂଆ ମୋଡ଼! UPI ଚାର୍ଜକୁ ନେଇ ବ୍ୟବସାୟୀଙ୍କ ଅସନ୍ତୋଷ

September 17, 2026

ମହାନଦୀରେ ବୁଡ଼ି ୧୪ ବର୍ଷୀୟ ନାବାଳକ ନିଖୋଜ, ଦୁଇ ସାଙ୍ଗ ଉଦ୍ଧାର

September 17, 2026

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.