Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍‌ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
ଅପରାଧ

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍‌ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ

September 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
YouTube
5,000 ଭ୍ୟୁ ପାଇଁ କେତେ ଟଙ୍କା ଦିଏ YouTube?: ଜାଣନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ

ନୂଆଦିଲ୍ଲୀ: ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୧୦ଟି ୟୁଟ୍ୟୁବ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ବା ବ୍ଲକ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଛି। ୨୩.୦୯.୨୦୨୨ରେ ଏସବୁ ଭିଡିଓକୁ ବ୍ଲକ୍‌ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆଦେଶ ଦିଆଯାଇଥିଲା। ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ ସଂହିତା) ନିୟମାବଳୀ ୨୦୨୧ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ।

ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ବେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ଏବଂ ଜାଣିଶୁଣି ବଦଳା ଯାଇଥିବା ଭିଡିଓ ପ୍ରସାରିତ କରାଯାଉଥିଲା। ଏଥିରେ କେତେକ ମିଥ୍ୟା ଦାବି କରାଯାଇଥିଲା, ଯଥା : ସରକାର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟମାନଙ୍କର ଧାର୍ମିକ ଅଧିକାର ପ୍ରତ୍ୟାହାର କରି ନେଇଛନ୍ତି, ଧାର୍ମିକ ସମୁଦାୟ ବିରୋଧରେ ହିଂସାତ୍ମକ ଧମକ ଦିଆଯାଇଛି, ଭାରତରେ ଗୃହଯୁଦ୍ଧ ଘୋଷଣା କରାଯାଇଛି ଆଦି। ଏସବୁ ଭିଡ଼ିଓ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ନଷ୍ଟ କରିବା ସହିତ ସାର୍ବଜନୀନ ବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା।

ସେହିପରି ଅଗ୍ନିପଥ ଯୋଜନା, ଭାରତୀୟ ସେନାବାହିନୀ, ଭାରତୀୟ ଜାତୀୟ ସୁରକ୍ଷା ବ୍ୟବସ୍ଥା, କାଶ୍ମୀର ଆଦି ପ୍ରସଙ୍ଗରେ ଦୁଷ୍ପ୍ରଚାର କରୁଥିବା କେତେକ ଭିଡ଼ିଓକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍‌ କରାଯାଇଛି। ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ଏବଂ ବିଦେଶୀ ରାଷ୍ଟ୍ର ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିବା ହୃଦବୋଧ ହୋଇଥିଲା।

କେତେକ ଭିଡିଓରେ ଭାରତର ବାହ୍ୟ ସୀମାକୁ ତ୍ରୁଟିପୂର୍ଣ୍ଣ ଭାବେ ଦର୍ଶାଯାଇଥିଲା ଏବଂ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଭାରତୀୟ ଭୂଖଣ୍ଡ ଠାରୁ ବାହାରେ ବୋଲି ଉଲ୍ଲେଖ କରାଯାଇଥିଲା। ଭାରତୀୟ ମାନଚିତ୍ରର ଏଭଳି ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ ଦେଶର ସାର୍ବଭୌମତ୍ବ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପାଇଁ କ୍ଷତିକାରକ ଥିଲା।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଯେଉଁ ସବୁ ୟୁଟ୍ୟୁବ ଚାନେଲର ବିଷୟବସ୍ତୁକୁ ବନ୍ଦ କରାଯାଇଛି ସେସବୁ ଦେଶର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ପ୍ରତି କ୍ଷତିକାରକ ଥିଲା। ଏହା ଦ୍ବାରା ଦେଶରେ ସାର୍ବଜନୀନ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଥିଲା। ତଦନୁଯାୟୀ, ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା।

ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା, ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ହେଉଥିବା ଉଦ୍ୟମକୁ ପଣ୍ଡ କରିବା ନିମନ୍ତେ ଭାରତ ସରକାର ସଂକଳ୍ପବଦ୍ଧ।

ଭିଡିଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026

ଅତିରିକ୍ତ ସମୟରେ ଆର୍ଜେଣ୍ଟିନାର ଦମଦାର ବିଜୟ: ସେମିଫାଇନାଲରେ ପହଞ୍ଚିଲା ମେସିଙ୍କ ଦଳ 

July 12, 2026
Latest News

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026

ଭାରତ-ଇଣ୍ଡୋନେସିଆ ସମ୍ପର୍କ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026

କେବେ ହର୍ମୁଜ୍ ପ୍ରଣାଳୀ ଖୋଲିବ ଇରାନ?: ଡୋନାଲ୍ଡ ଟ୍ରମ୍ପଙ୍କ ଆଗରେ ଏହି ସର୍ତ୍ତ ରଖିଲା IRGC 

July 12, 2026

ଅପହରଣ ପରେ ୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ନାବାଳିକା: ୫ ଗିରଫ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.