ଅଟୋରୁ ୨୧୦ ଲିଟର ଦେଶୀ ମଦ ଜବତ କଲା ବାଣପୁର ପୋଲିସ, ଚାଳକ ଗିରଫ

Published: Sep 29, 2022, 10:30 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ମଦର ହବ ପାଲଟିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ପୋଲିସକୁ ମିଳିଛି ସଫଳତା। ଏକ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।

ସୂଚନା ମୁତାବକ ନୀଳାଦ୍ରିପ୍ରସାଦ ଅଞ୍ଚଳରୁ ଏକ ମଦ ବୋଝେଇ ଅଟୋ ବାଣପୁର ଅଭିମୁଖେ ଆସୁଥିବାର ଖବର ପାଇଥିଲେ ଆଇଆଇସି ଜୟପ୍ରକାଶ ପରିଡ଼ା। ବିଳମ୍ବ ନକରି ସଙ୍ଗେସଙ୍ଗେ ଆଇଆଇସି ଓ ଟିମ ଭେଟେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅଟୋକୁ ଅଟକାଇ ତଲାସି ନେଇଥିଲେ। ଯାହାଫଳରେ ଅଟୋରୁ ୨୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଟୋ ଚାଳକ କୈଳାସ ପ୍ରଧାନ (୩୮) ଙ୍କୁ ପୋଲିସ ଗିରଫ କରିଛି।

ଏ ସଂକ୍ରାନ୍ତରେ ବାଣପୁର ଥାନାରେ କେସ ନମ୍ବର ୪୦୪/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବାର ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

ସେହିପରି ଭାବେ ଆଜି ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା ସାନସିରେଇପୁର ଫରେଷ୍ଟ ବିଟ ନିକଟରୁ ଏକ ସ୍କୁଟି ଓ ୬୦ ଲିଟର ଦେଶୀ ମଦ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

Related posts