ଚାନ୍ଦପୁର: ଅର୍ଜୁନ ପୁର ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Published: Oct 1, 2022, 6:27 pm IST

ଚାନ୍ଦପୁର: ଚାନ୍ଦପୁର ଥାନା ଅର୍ଜୁନପୁର ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ନାମ ବିପିନ ପରିଡା (୨୮ ବର୍ଷ) ହୋଇଥିବା ବେଳେ ତାଙ୍କ ଘର ଅର୍ଜୁନ ପୁର ଗ୍ରାମରେ ବୋଲି ଜଣା ପଡିଛି। ସେ ଗତ ଦୁଇ ଦିନ ଧରି ଘରୁ ନିଖୋଜ ଥିଲେ। ବହୁ ଖୋଜା ଖୋଜି ପରେ ବିପିନଙ୍କୁ ନପାଇ ପରିବାର ଲୋକେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ବିପିନଙ୍କୁ ପୋଲିସ୍ ଏବଂ ଗ୍ରାମବାସୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ବହୁ ଖୋଜା ଖୋଜି କରିଥିଲେ। ତେବେ ଆଜି ବିପିନଙ୍କ ମୃତ ଦେହ ଠାବ କରାଯାଇଛି।

ମୃତ ଦେହ ନିକଟରୁ ଏକ ବିଷ ବୋତଲ ଉଦ୍ଧାର କରିଛି ପୋଲିସ୍। ତେଣୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରୁଛି ଚାନ୍ଦପୁର ପୋଲିସ୍। ଏ ନେଇ ଚାନ୍ଦପୁର ଥାନାରେ ୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଚାନ୍ଦପୁର ଥାନା ଆଇଆଇସି ମୁକେଶ ବେହେରା ପ୍ରକାଶ କରିଛନ୍ତି।

Related posts