ମୁମ୍ବାଇ ବିମାନ ବନ୍ଦରରୁ ୮୦ କୋଟି ମୂଲ୍ୟର ହିରୋଇନ ଜବତ

Published: Oct 6, 2022, 12:57 pm IST

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରୁ ଜଣେ ବ୍ୟକ୍ତିଙ୍କଠାରୁ ୧୬ କିଲୋଗ୍ରାମ ହିରୋଇନ ଜବତ କରାଯାଇଛି। ଜବତ ହୋଇଥିବା ହିରୋଇନ ମୂଲ୍ୟ ପାଖାପାଖି ୮୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଦୋହାରୁ ମୁମ୍ବାଇ ଆଣିଥିବା ହିରୋଇନ ଦିଲ୍ଲୀ ନିଆଯାଉଥିଲା। ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚାଲିଛି। ଡିଆରଆଇ ଯେ, ଗୁପ୍ତଚର ଆଧାରରେ ବୁଧବାର ଜଣେ ଯାତ୍ରୀଙ୍କୁ ଅଟକାଇ ତାଙ୍କ ଲଗେଜ୍ ତଦନ୍ତ କରାଯାଇଥିଲା, ପରେ ତାଙ୍କ ନିକଟରୁ ନିଷିଦ୍ଧ ପଦାର୍ଥ ଜବତ କରାଯାଇଥିଲା।

ଡିଆରଆଇ ଅଧିକାରୀ କହିଛନ୍ତି ଯେ, ହିରୋଇନ ଏକ ଟ୍ରଲି ବ୍ୟାଗ ଭିତରେ ରଖାଯାଇଥିଲା। କେରଳର ଏହି ଅଭିଯୁକ୍ତଙ୍କ ବିରୋଧରେ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ପଦାର୍ଥ (ଏନଡିପିଏସ୍) ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଘଟଣାର ଯାଞ୍ଚ ଚାଲିଛି।

Related posts