Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଳାହାଣ୍ଡି ଶିକ୍ଷା ବିଭାଗରେ ଆଉ ଏକ କେଲେଙ୍କାରି ୩୯ ଲକ୍ଷ ଟଙ୍କା ହେରଫେର କରି କର୍ମଚାରୀ ଫେରାର
ଅପରାଧ

କଳାହାଣ୍ଡି ଶିକ୍ଷା ବିଭାଗରେ ଆଉ ଏକ କେଲେଙ୍କାରି ୩୯ ଲକ୍ଷ ଟଙ୍କା ହେରଫେର କରି କର୍ମଚାରୀ ଫେରାର

October 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି; କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ମହିଳା ଆକାଉଣ୍ଟଟେଣ୍ଟଙ୍କ କଳାକାରନାମା ସାମ୍ନାକୁ ଆସିଛି। ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି।

ଅନ୍ୟପକ୍ଷେ, ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ ଅଫିସରେ ସ୍କୁଟି ରଖି ଫେରାର ହୋଇଯାଇଛନ୍ତି।

ସୂଚନାଯୋଗ୍ୟ ଯେ, ଭବାନୀପାଟଣା ବିଇଓ ଅଫିସରେ ଅବସ୍ଥାପିତ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଜଣେ ଅସ୍ଥାୟୀ କର୍ମଚାରୀ ହୋଇଥିବା ବେଳେ ବିଇଓ ଅଫିସରେ ଶିକ୍ଷକମାନଙ୍କ ଦରମା ବିଲ ଦାୟିତ୍ବରେ ଥିଲେ। ଏକ୍ସକ୍ୟାଡର ଶିକ୍ଷକଙ୍କ ଦରମା ପିଏଫଏମ୍‌ଏସ୍‌ ଜରିଆରେ ଏହି ମହିଳା ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର କୌଶଳ କ୍ରମେ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ୩୯ ଲକ୍ଷ ୩୦ହଜାର ୪୬୮ ଟଙ୍କା ଟ୍ରାନ୍ସଫର କରି ହଡପ କରିଥିବା ନେଇ ସ୍ଥାନୀୟ ବିଇଓ ଭବାନୀପାଟଣା ଟାଉନଥାନାରେ ଅଭିଯୋଗ କରିଛନ୍ତି।

ଭବାନୀପାଟଣା ସଦର ବ୍ଲକରେ ୧୭୧ ଏକ୍ସକ୍ୟାଡର ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ଜଣ ଓଟିଇଟି ପାସ କରିଥିବାରୁ ମାସକୁ ୩୬ ହଜାର ୬୪ ଟଙ୍କା ଦରମା ଓ ୧୫୦ ଜଣ ଶିକ୍ଷକ ଓଟିଇଟି ପାସ କରି ନ ଥିବା ଯୋଗୁ ମାସକୁ ୩୩ ହଜାର ୨୦ଟଙ୍କା ଦରମା ପାଇଥାନ୍ତି। ଗତ ସେପ୍ଟେମ୍ବର ମାସର ସମୁଦାୟ ୫୭ ଲକ୍ଷ ୧୦ ହଜାର ୩୪୪ ଟଙ୍କା ଦରମା ବକେୟା ରହିଥିଲା। ୯ଜଣ ଶିକ୍ଷକ ଅଫିସକୁ ଆସି ଦରମା ପାଇଁ ଅଡି ବସିବା ପରେ ସେମାନଙ୍କୁ ଚେକ୍‌ ମାଧ୍ୟମରେ ୩ ଲକ୍ଷ ୧ ହଜାର ୨୨୪ ଟଙ୍କା ଦରମା ପ୍ରଦାନ କରାଯାଇଥିଲା।

ଅନ୍ୟପକ୍ଷେ, ପିଏଫ୍‌ଏମ୍‌ଏସ୍‌ ଜରିଆରେ ଦରମା ନ ଦେଇ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ଘଟଣା ତଦନ୍ତ ସାପେକ୍ଷ। ଏତେ ବଡ କେଳେଙ୍କାରୀ ପରେ ବିଇଓ କାର୍ଯ୍ୟାଳୟର ଅଧିକାରୀ କିଭଳି ଜାଣିପାରିଲେ ନାହିଁ ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳା କର୍ମଚାରୀ ଶୁଚିସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୭୯ ହଜାର ଟଙ୍କା ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନଥାନା ପକ୍ଷରୁ ଏ ନେଇ ଥାନା କେସ ନମ୍ବର ନଂ.୪୩୧/୨୨ ଅନୁସାରେ ଏକ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦୀପ ଧରୁଆ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

October 15, 2026
Latest News

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

October 15, 2026

ଆଜି ଅକ୍ଟୋବର ୧୫ ତାରିଖରେ ଏହି ତିନୋଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.