ଦୀପାବଳିରେ ବାଣ ନୁହେଁ, ଫୁଟିଲା ଗୁଳି, ଜଣେ ଗୁରୁତର

Published: Oct 24, 2022, 6:39 pm IST

ଭୁବନେଶ୍ବର: ଦୀପାବଳିରେ ଚାରିଆଡେ ବାଣ ଫୁଟୁଥିବା ବେଳେ ପିପିଲିରେ କିନ୍ତୁ ଫୁଟିଛି ଗୁଳି। ଯାହାକୁ ନେଇ ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁଲିମାଡରେ ଗୁରୁତର ହୋଇଥିବା ଯୁବକ ଜଣକ ହେଲେ ଉଜାଣିପଡାର ସନାତନ ପ୍ରଧାନ। ତାଙ୍କ ଜଙ୍ଘରେ ଗୁଳିମାଡ ହୋଇଥିବାର ଜଣାପଡିଛି।

ସନାତନଙ୍କୁ ପ୍ରଥମେ ପିପିଲି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ଭୁବନେଶ୍ବରର କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳିକାଣ୍ଡର କାରଣ କଣ ଜଣାପଡି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତା ବୋଲି ଅନୁମାନ କରାଯାଉଛି।

Related posts