Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୁମ୍ବାଇ ବିମାନବନ୍ଦରରୁ ଗୋଟିଏ ଦିନରେ ୬୧ କିଲୋଗ୍ରାମ ସୁନା ଜବତ, ୭ ଗିରଫ
ଅପରାଧ

ମୁମ୍ବାଇ ବିମାନବନ୍ଦରରୁ ଗୋଟିଏ ଦିନରେ ୬୧ କିଲୋଗ୍ରାମ ସୁନା ଜବତ, ୭ ଗିରଫ

November 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଆଜି ମୁମ୍ବାଇ ବିମାନ ବନ୍ଦରରେ କଷ୍ଟମ ବିଭାଗ ୩୨ କୋଟି ମୂଲ୍ୟର ୬୧ କିଲୋଗ୍ରାମ ସୁନା ଜବତ କରିଛି। ଏହି ମାମଲାରେ ୨ ଜଣ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ମୁମ୍ବାଇ କଷ୍ଟମ୍ ଇତିହାସରେ ବିମାନବନ୍ଦରରେ ଗୋଟିଏ ଦିନରେ ଏହା ସବୁଠାରୁ ବଡ ଧରଣର ଜବତ।

କଷ୍ଟମ ବିଭାଗ ଅନୁଯାୟୀ, ପ୍ରଥମ ମାମଲାରେ ୪ ଜଣ ଭାରତୀୟ ଯାତ୍ରୀ ତାଞ୍ଜାନିଆରୁ ଆସିଥିଲେ। ସେମାନେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଟା ବେଲ୍ଟ ପକେଟରେ ସୁନାକୁ ଲୁଚାଇ ରଖିଥିଲେ। ଏହି ଚାରି ଜଣଙ୍କ ମଧ୍ୟରୁ ମୋଟ ୫୩ କିଲୋଗ୍ରାମ ୨୮.୧୭ କୋଟି ଟଙ୍କା ସୁନା ଜବତ କରାଯାଇଛି। ସଂଯୁକ୍ତ ଆରବ ଏମିରେଟ୍ସରେ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବେଲ୍ଟରେ ସୁନା ଗୁଡିକୁ ଲୁଚାଇ ରଖାଯାଇଥିଲା।

ଜେରା ବେଳେ ସମସ୍ତ ଚାରିଜଣ ଯାତ୍ରୀ ସ୍ୱୀକାର କରିଛନ୍ତି ଯେ, ସେମାନଙ୍କୁ ଅଜଣା ସୁଡାନ ନାଗରିକ ଦ୍ୱାରା ଦୋହା ବିମାନବନ୍ଦରରେ ସୁନା ହସ୍ତାନ୍ତର କରାଯାଇଥିଲା। ତେବେ ସେହି ଯାତ୍ରୀ ସେମାନଙ୍କ ସହ ଯାତ୍ରା କରିନଥିଲେ। ଏହି ଚାରିଜଣ ଯାତ୍ରୀଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରୁ ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି।

ସେହିଭଳି ନଭେମ୍ବର ୧୧ ତାରିଖରେ ହୋଇଥିବା ଅନ୍ୟ ଏକ ମାମଲାରେ ମୁମ୍ବାଇ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀମାନେ ବିସ୍ତାରା ବିମାନରେ ଦୁବାଇରୁ ଆସିଥିବା ତିନି ଯାତ୍ରୀ (ଜଣେ ପୁରୁଷ ଏବଂ ଦୁଇ ମହିଳା) ଙ୍କ ଠାରୁ ୩.୮୮ କୋଟି ଟଙ୍କା ମୂଲ୍ୟର ୮ କିଲୋଗ୍ରାମ ସୁନା ଜବତ କରିଛନ୍ତି। ମହମ ଆକାରରେ ଥିବା ସୁନା ପେଷ୍ଟକୁ ଯାତ୍ରୀମାନେ ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟର ଅଣ୍ଟା ନିକଟରେ ଲୁଚାଇ ରଖିଥିଲେ।

ଏହି ତିନି ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ୬୦ବର୍ଷ ବୟସ୍କା ମହିଳା ଯାତ୍ରୀ ଏକ ହୁଇଲ ଚେୟାରରେ ଥିଲେ। ଏହି ତିନି ଯାତ୍ରୀଙ୍କୁ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି।

କଷ୍ଟମ ବିଭାଗ ମୁମ୍ବାଇ ବିମାନବନ୍ଦର ସୁନା ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026
Latest News

ସୁନା ଏବଂ ରୂପାର ମୂଲ୍ୟ ବଢିଲା ନା କମିଲା?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁଗୁଡ଼ିକର ଆଜିର ଦର

March 15, 2026

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.