ବାଲୁଗାଁ: ଚିଲିକା ଜେଟି ନିକଟରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

Published: Nov 21, 2022, 6:08 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବାଲୁଗାଁ ସରକାରୀ ମୋଟର ଲଞ୍ଚ ଜେଟି ନିକଟରୁ ଜଣେ ଅଜଣା ମୃତଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ ଜେଟି ନିକଟରେ ଏକ ମୃତ ଦେହ ପାଣିରେ ଅଧା ବୁଡ଼ି ରହିଥିବାର ଦେଖି ସ୍ଥାନୀୟ ଲୋକ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ପଠାଇଦେଇଥିଲେ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।

Related posts