ଜମ୍ମୁ କାଶ୍ମୀରର ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ, ଅନ୍ୟ ଜଣେ ଗିରଫ

Published: Nov 22, 2022, 11:32 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ଆନ୍ତର୍ଜାତୀୟ ସୀମା (ଆଇବି) ରୁ ଦେଶରେ ଅନୁପ୍ରବେଶ ପାଇଁ ପୃଥକ ପୃଥକ ପ୍ରୟାସକୁ ବିଏସ୍ଏଫ୍ ଦ୍ୱାରା ବିଫଳ ହୋଇଛି। ବିଏସଏଫର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଘଟଣାରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀୟ ଘଟଣାରେ ଅନ୍ୟ ଜଣେ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି।

ମୁଖପାତ୍ରଙ୍କ ଅନୁଯାୟୀ ସୋମବାର ସକାଳେ ଜମ୍ମୁର ଆରନିୟା ସେକ୍ଟର ଏବଂ ସାମ୍ବା ଜିଲ୍ଲାର ରାମଗଡ ସେକ୍ଟରରେ ଯବାନମାନେ ଅନୁପ୍ରବେଶକାରୀଙ୍କ ପ୍ରୟାସକୁ ପଣ୍ଡ କରିଛନ୍ତି। ସେ କହିଛନ୍ତି ଯେ, ଆରନିୟା ସେକ୍ଟରର ସୀମା ବାଡ ଆଡକୁ ଆସୁଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଯବାନମାନେ ଅଟକିଯିବାକୁ କହିଥିଲେ। କିନ୍ତୁ ସେମାନେ ରାଜି ହୋଇନଥିଲେ। ଯାହାପରେ ବିଏସଏଫ ଯବାନମାନେ ଗୁଳି ଚଳାଇଥିଲେ। ଯେଉଁଥିରେ ଜଣେ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଥିଲା।

ସେହିଭଳି ରାମଗଡ ସେକ୍ଟରର ଅନ୍ତରାଷ୍ଟ୍ରୀୟ ସୀମାର ବାଡ ଅତିକ୍ରମ କରି ପହଞ୍ଚିବା ପରେ ଅନ୍ୟ ଜଣେ ଅନୁପ୍ରବେଶକାରୀଙ୍କୁ ଯବାନମାନେ ଗିରଫ କରିଛନ୍ତି। ମୁଖପାତ୍ର କହିଛନ୍ତି ଯେ, “ଗେଟ୍ ଖୋଲିବା ପରେ ତାଙ୍କୁ ଭାରତୀୟ ପାର୍ଶ୍ୱରେ ଥିବା ବାଡ଼ ନିକଟରେ ଅଣାଯାଇଥିଲା। ତାଙ୍କ ନିକଟରୁ କୌଣସି ସନ୍ଦେହଜନକ ସାମଗ୍ରୀ ଜବତ କରାଯାଇ ନାହିଁ। ବର୍ତ୍ତମାନ ଉଭୟ ସେକ୍ଟରରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି।

Related posts