Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁର ଦୁଇ ଠକ ଲୁଗା ଦୋକାନୀଙ୍କୁ ବାନ୍ଧିଲା କଟକ କମିଶନେରେଟ ପୋଲିସ
ଅପରାଧ

ବାଲୁଗାଁର ଦୁଇ ଠକ ଲୁଗା ଦୋକାନୀଙ୍କୁ ବାନ୍ଧିଲା କଟକ କମିଶନେରେଟ ପୋଲିସ

November 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି କଟକ କମିଶନେରେଟ ପୋଲିସ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଦୁଇ ଜଣ ଲୁଗା ଦୋକାନୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ବାଲୁଗାଁର ସିମାଞ୍ଚଳ ସାହୁ ଏବଂ ସାଗର ସାହୁ। ଉକ୍ତ ଦୁଇ ଦୋକାନୀ କଟକ ପିଠାପୁର ଅଞ୍ଚଳର ଜଣେ ଲୁଗା ହୋଲସେଲରଙ୍କ ଚାରି ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ବାକି ରଖିବା ସହ ଦୀର୍ଘ ଦିନ ହେବ ପଇସା ନ ଦେବାରୁ ପୁରିଘାଟ ପୋଲିସ ଉଭୟଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ ବାଲୁଗାଁ ମେନ ରୋଡସ୍ଥିତ ଏକ ଲୁଗାଦୋକାନ ମାଲିକ ସିମାଞ୍ଚଳ ସାହୁ ଓ ସାଗର ସାହୁ ୨୦୨୦-୨୧ ଆର୍ଥିକ ବର୍ଷରେ ପିଠାପୁର ସ୍ଥିତ ଜଣେ ହୋଲସେଲ ଲୁଗା ବେପାରୀଙ୍କ ଠାରୁ ୪ ଲକ୍ଷ ୨୧ ହଜାର ୫୦୯ ଟଙ୍କାର ଲୁଗା କିଣିଥିଲେ। ତେବେ ଉକ୍ତ ରାଶିକୁ ୬ ମାସ ମଧ୍ୟରେ ସୁଝିବେ କହି ଉଭୟ ସିମାଞ୍ଚଳଙ୍କ ପତ୍ନୀ ଯମୁନା ସାହୁଙ୍କ ନାମରେ ୪ ଲକ୍ଷ ୨୨ ହଜାର ୫୦୦ ଟଙ୍କାର ଆଇଡ଼ିବିଆଇ ବ୍ୟାଙ୍କ, ବାଲୁଗାଁ ଶାଖାର ୧୭ ଗୋଟି ଚେକ ହୋଲସେଲ ଲୁଗା ବେପାରିଙ୍କୁ ଦେଇଥିଲେ।

ତେବେ ସମସ୍ତ ଚେକ ବ୍ୟାଙ୍କରେ ବାଉନ୍ସ ହେବାରୁ ହୋଲସେଲ ଲୁଗା ବେପାରି ତାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ସୁଦ୍ଧା ଉଭୟ ତାଙ୍କୁ ଧମକ ଚମକ ଦେବା ସହ ପଇସା ଦେବାକୁ ରୋକଠୋକ ମନା କରିଦେଇଥିଲେ। ସେପ୍ଟେମ୍ବର ୫ ତାରିଖରେ ହୋଲସେଲ ବେପାରି ଜଣକ ଉଭୟଙ୍କୁ ପିଠାପୁର ବଜାରରେ ଦେଖିବାରୁ ପଇସା ମାଗିଥିଲେ। ହେଲେ ଉଭୟ ଦୋକାନୀ ହୋଲସେଲ ବେପାରିଙ୍କୁ ଗାଳି ଗୁଲଜ କରିବା ସହ ବୋମା ପକାଇ ଉଡାଇଦେବୁ କହି ଧମକ ଦେଇଥିଲେ।

ନିରୁପାୟ ହୋଇ ହୋଲସେଲ ବେପାରି ଜଣକ ସିମାଞ୍ଚଳ ଓ ସାଗରଙ୍କ ନାମରେ ଅକ୍ଟୋବର ୧୧ ତାରିଖରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ। ସେବେଠାରୁ ପୋଲିସ କେସ ନମ୍ବର ୨୪୬/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗତକାଲି ଉଭୟ କଟକ ଯାଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁରୀଘାଟ ଆଇଆଇସି ଯତୀନ୍ଦ୍ର ନାଥ ସେଠିଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇ।

ତେବେ ଉକ୍ତ ଦୁଇ ଦୋକାନୀଙ୍କ ନାମରେ ଏକାଧିକ ଠକେଇ ଅଭିଯୋଗ ଆସିଥିବାର କହିଛନ୍ତି ଆଇଆଇସି ଶ୍ରୀ ସେଠି। ଏଯାବତ ଉଭୟଙ୍କ ବିରୁଦ୍ଧରେ ୨୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ଆସିଥିବା ବେଳେ ଆଗକୁ ଆହୁରି ଅଭିଯୋଗ ଆସିବ ବୋଲି ଆଇଆଇସି ଶ୍ରୀ ସେଠି କହିଛନ୍ତି।

କମିଶନେରେଟ ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026
Latest News

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026

ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା

April 12, 2026

ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ୱର କଂଗ୍ରେସ

April 12, 2026

ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

April 12, 2026

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ବଡ଼ ଆଶ୍ୱସ୍ତି: ଭାରତ ଆସୁଛି ଏଲପିଜି ଜାହାଜ ‘ଜଗ୍ ବିକ୍ରମ’

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.