ଟାଙ୍ଗୀରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ, ବାଲୁଗାଁ ଅଞ୍ଚଳର ମାଫିଆ ଗିରଫ

Published: Nov 23, 2022, 10:49 pm IST

ସୀତାରାମ ଅଗ୍ରୱାଲା

ଟାଙ୍ଗୀ: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ବ୍ରାହ୍ମଣ୍ଡି ଛକ ୧୬ ନମ୍ବର ଜାତୀୟ ରାଜପଥରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଥିବାର ଖବର ପାଇ ଆଜି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ସହଯୋଗରେ ଚଢାଉ କରିଛି ଏସଟିଏଫ। ଚଢାଉ ସମୟରେ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ବେଳେ ଜଣେ ମାଫିଆ ଙ୍କୁ ଗିରଫ କରିଛି ଏସଟିଏଫ।

ଗିରଫ ମାଫିଆ ଜଣକ ହେଲେ ବାଲୁଗାଁ ଥାନା ଘୁମୁସରପଦର ଅଞ୍ଚଳର ଜୟକୃଷ୍ଣ ତରାଇ। ଜୀବନ୍ତ ବଜ୍ରକାପ୍ତାର ଓଜନ ୯ କେଜି ୨୦୦ ଗ୍ରାମ୍ ହୋଇଥବା ବେଳେ ଜୀବନ୍ତ ବଜ୍ରକାପ୍ତାକୁ ଊଦ୍ଧାର କରି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ। ବର୍ତ୍ତମାନ ନନ୍ଦନ କାନନରେ ଜୀବନ୍ତ ବଜ୍ରକାପ୍ତା ସୁସ୍ଥଥିବା ଜଣା ପଡିଛି। ବଜ୍ରକାପ୍ତାର ଲମ୍ବ ୧୦୭ ସେଣ୍ଟିମିଟର ବୋଲି ଜଣା ପଡିଛି। ଗିରଫ ଅଭିଯୁକ୍ତଙ୍କୁ ନେଇ ଏସଟିଏଫ ଖୋଳ ତାଡ କରୁଥିବା ଜଣା ପଡିଛି।

Related posts