Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣର ଭିଡିଓ ଭାଇରାଲ, ୪ ଛାତ୍ର ଅଟକ
ଅପରାଧ

ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣର ଭିଡିଓ ଭାଇରାଲ, ୪ ଛାତ୍ର ଅଟକ

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମେରଠ: ମେରଠର ଏକ କଲେଜରେ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ସେମାନଙ୍କ ଶିକ୍ଷୟତ୍ରୀଙ୍କ ସହ ଅସଦାଚରଣ କରିଥିବା ଭିଯୋଗ ହୋଇଛି। ଛାତ୍ରମାନଙ୍କ ଏହି କାର୍ଯ୍ୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହା ପରେ ଶିକ୍ଷୟତ୍ରୀଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ଶିକ୍ଷୟତ୍ରୀଙ୍କ ଅଭିଯୋଗ ଅନୁଯାୟୀ ୪ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରିଥିବା ତିନିଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର କରାଯାଇଛି। ଏହି ମାମଲାରେ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ସେମାନଙ୍କ ବିରୋଧରେ ହତ୍ୟା ଧମକ, ଛାତ୍ରୀଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଧୀନରେ ମାମଲା ରୁଜୁ ହୋଇଛି।

ଏହି ଘଟଣାର ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ମାମଲାରେ ଚାରିଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସର ସୂଚନାନୁସାରେ, ଏହି ମାମଲା କିଠୋର ପୋଲିସ ଷ୍ଟେସନ ପରିସରରେ ଥିବା ରାଧନା ଇନାୟତପୁର ଗାଁର ଏକ କଲେଜ ସହ ଜଡିତ। ପୋଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଦିନ ଦିଆଯାଇଥିବା ଲିଖିତ ଅଭିଯୋଗରେ ୨୭ ବର୍ଷୀୟ ଶିକ୍ଷୟତ୍ରୀ ଅଭିଯୋଗ କରିଛନ୍ତି ଯେ, କିଛି ଦ୍ୱାଦଶ ଶ୍ରେଣୀ ଛାତ୍ର ଦୀର୍ଘ ଦିନ ଧରି ତାଙ୍କୁ ହଇରାଣ କରୁଥିଲେ।

ଶିକ୍ଷୟତ୍ରୀଙ୍କ ଅଭିଯୋଗ କରିଛନ୍ତି ଯେ, “ଜୁନ୍ ୨୪ ତାରିଖରେ ଯେତେବେଳେ ଛାତ୍ରଛାତ୍ରୀମାନେ ମୋତେ ସ୍କୁଲ ପରିସରରେ ‘ମୁଁ ତୁମକୁ ଭଲ ପାଏ’ କହିଥିଲେ ଏବଂ ସେତେବେଳେ ସେମାନେ ଏହାର ଏକ ଭିଡିଓ ରେକର୍ଡ କରିଥିଲେ। ପରେ ସେମାନେ ଏହି କ୍ଲିପ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ କହିଛନ୍ତି ଯେ, ‘ଶ୍ରେଣୀଗୃହ ଭିତରେ ମୋ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।’ ଏସଏଚଓ ଅରବିନ୍ଦ ମୋହନ ଶର୍ମା କହିଛନ୍ତି ଯେ, ଛାତ୍ରମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ଯାହାଙ୍କର ବୟସ ପ୍ରାୟ ୧୬ ବର୍ଷ। ଏହି ଚାରିଜଣ ଛାତ୍ରଙ୍କୁ ଗିରଫ କରାଯାଇ ନାବାଳକ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଥିବା ମେରଠ ପୋଲିସ ରବିବାର ଟ୍ୱିଟ କରିଛି।

ଭିଡିଓ ଭାଇରାଲ ମେରଠ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.