ଆଫଗାନିସ୍ତାନ: ନମାଜ ପରେ ମଦ୍ରାସାରେ ବୋମା ବିସ୍ଫୋରଣରେ, ୧୫ ମୃତ, ୨୭ ଆହତ

Published: Nov 30, 2022, 6:30 pm IST

କାବୁଲ: ଆଜି ଆଫଗାନିସ୍ତାନର ସମାଙ୍ଗନର ଆୟବାକ୍ ସହରରେ ଏକ ବୋମା ବିସ୍ଫୋରଣ ଘଟିଛି। ଜହଦିଆ ମଦ୍ରାସା ଠାରେ ଅପରାହ୍ନରେ ନମାଜ ପରେ ଘଟିଥିବା ବିସ୍ଫୋରଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି।

ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ପ୍ରାୟ ୨୦୦ କିଲୋମିଟର ଉତ୍ତରରେ ଥିବା ଆଇବାକର ଜଣେ ଡାକ୍ତର କହିଛନ୍ତି ଯେ, ଅଧିକାଂଶ ଆହତ ଯୁବକ। ନାମ ଗୋପନ ରଖିବା ସର୍ତ୍ତରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଏମାନେ ସମସ୍ତେ ଶିଶୁ ଏବଂ ସାଧାରଣ ଲୋକ। ତାଲିବାନ କହିଛି ଯେ, ଗତ ବର୍ଷ ଦେଶ ଗ୍ରହଣ କରିବା ପରଠାରୁ ଯୁଦ୍ଧ ଦ୍ଵାରା ପ୍ରଭାବିତ ଦେଶର ସୁରକ୍ଷା ଉପରେ ସେମାନଙ୍କର ଧ୍ୟାନ ରହିଛି।

Related posts