ଚେନ୍ନାଇ ବିମାନବନ୍ଦରରେ ୬ କୋଟି ମୂଲ୍ୟର ହିରୋଇନ ଜବତ: କେନିଆ ମହିଳା ଗିରଫ

Published: Dec 17, 2022, 10:07 am IST

ଚେନ୍ନାଇ: ଶୁକ୍ରବାର ଦିନ ୬.୩୧ କୋଟି ଟଙ୍କା ମୂଲ୍ୟର ୯୦୦ ଗ୍ରାମରୁ ଅଧିକ ହିରୋଇନ ଜବତ କରାଯାଇଛି ଏବଂ ଜଣେ କେନିଆ ମହିଳାଙ୍କୁ ଗିରଫ କରାଯାଇଛି। ଡିସେମ୍ବର ୧୩ ତାରିଖରେ, ଶାରଜା (ୟୁଏଇ) ର ଜଣେ ଯାତ୍ରୀଙ୍କୁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କର୍ତ୍ତୃପକ୍ଷ ଅଟକାଇଥିଲେ। ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସୀମା ଶୁଳ୍କ ମୁଖ୍ୟ ଆୟୁକ୍ତ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରେ ନିଷେଧ ଡ୍ରଗ୍ସକୁ ଜବତ କରାଯାଇଛି, ଯାହା କେନିଆ ମହିଳା ଯାତ୍ରୀଙ୍କ ଶରୀରରେ ଲୁଚି ରହିଥିଲା। କଷ୍ଟମ୍ସ ଆକ୍ଟ, ୧୯୬୨ର ନିୟମ ଅନୁଯାୟୀ, କେନିଆର ଜଣେ ନାଗରିକଙ୍କ ଠାରୁ ମୋଟ ମୂଲ୍ୟ ୬.୩୧ କୋଟି ଟଙ୍କାର ୯୦୨ ଗ୍ରାମ ହେରୋଇନ ଜବତ କରାଯାଇଛି।

ପ୍ରକାଶ ଯେ, ଯାତ୍ରୀଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଚାଲିଛି। ଶୁକ୍ରବାର ଅନ୍ୟ ଏକ ଘଟଣାରେ ବିଭାଗର ଅଧିକାରୀମାନେ ଏଠାରେ ଥିବା ଆନ୍ତର୍ଜାତୀୟ ଟର୍ମିନାଲରେ ଦୁବାଇରୁ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୮୬.୨୭ ଲକ୍ଷ ଟଙ୍କା ମୂଲ୍ୟର ୧.୭୭ କିଲୋଗ୍ରାମ ସୁନା ଜବତ କରିଛନ୍ତି।

Related posts