ବିଲକିସ୍ ବାନୋଙ୍କୁ ଝଟକା, ୧୧ ଦୋଷୀଙ୍କୁ ମୁକ୍ତ କରିବା ବିରୋଧ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published: Dec 17, 2022, 2:09 pm IST

ନୂଆଦିଲ୍ଲୀ: ବିଲକିସ୍ ବାନୋ ଦାଖଲ କରିଥିବା ଦୁଇଟି ଆବେଦନ ମଧ୍ୟରୁ ଗୋଟିଏକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନରେ ବିଲକିସ୍ ବାନୋ ୨୦୦୨ ମସିହା ଗୁଜୁରାଟ ସାମ୍ପ୍ରଦାୟିକ ହିଂସା ସମୟରେ ତାଙ୍କୁ ଦୁଷ୍କର୍ମ କରିଥିବା ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ସମୀକ୍ଷା କରିବାକୁ ଚାହିଁଥିଲେ। ଏହି ଆଦେଶରେ ଗୁଜୁରାଟ ସରକାରଙ୍କୁ ଦୋଷୀମାନଙ୍କ ମୁକ୍ତି ଆବେଦନ ଉପରେ ବିଚାର କରିବାକୁ କୁହାଯାଇଥିଲା।

ଆଜୀବନ କାରାଦଣ୍ଡ ଭୋଗୁଥିବା ବିଲକିସଙ୍କ ୧୧ ଜଣ ଦୋଷୀଙ୍କୁ ଅଗଷ୍ଟ ୧୫ ତାରିଖରେ ଜେଲରୁ ମୁକ୍ତ କରାଯାଇଥିଲା। “ଉତ୍ତମ ଆଚରଣ” ପାଇଁ ସେମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯାଇଥିଲା। ୧୯୯୨ ର ନୀତି ଅନୁଯାୟୀ ଗୁଜୁରାଟର ବିଜେପି ସରକାର ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅନୁମୋଦନ ନେଇଥିଲେ। ଯଦିଓ ସର୍ବଶେଷ ନୀତିରେ କୁହାଯାଇଛି ଯେ, ଗଣଦୁଷ୍କର୍ମ ଏବଂ ହତ୍ୟା ଅପରାଧୀଙ୍କୁ ଶୀଘ୍ର ମୁକ୍ତ କରାଯାଇପାରିବ ନାହିଁ, ସୁପ୍ରିମକୋର୍ଟ ଏହି ଯୁକ୍ତିରେ ସହମତ ହୋଇଥିଲେ ଯେ ୧୯୯୨ ନୀତିରେ ସେପରି ବାଧ୍ୟତାମୂଳକ ନଥିଲା। ସେଥିପାଇଁ ସେମାନଙ୍କୁ ମୁକ୍ତ କରାଯାଇପାରିବ।

Related posts