ବ୍ରହ୍ମପୁର: ପିକଅପ୍ ଭ୍ୟାନ୍ ଧକ୍କାରେ ସାଇକେଲ ଚାଳକ ମୃତ

Published: Jan 13, 2023, 11:33 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ସକାଳେ ଗଞ୍ଜାମ ଜିଲ୍ଲା ହରଡ଼ାଖଣ୍ଡି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ହରଡ଼ାଖଣ୍ଡି ଛକରେ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଯୋଗୁଁ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଭ୍ୟାନ ହରଡ଼ାଖଣ୍ଡି ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ସହ ଆଖ ପାଖରେ ଥିବା ଗୋଟିଏ ସ୍କୁଟି ଓ ବାଇକକୁ ଧକ୍କା ଦେଇଥିଲା। ପିକଅପ୍ ଭ୍ୟାନ ଡ୍ରାଇଭର ଜଣକ ନିଶାସକ୍ତ ଅବସ୍ଥାରେ ଥିବା କୁହାଯାଉଛି।ଯାହାଫଳରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଜଣକ
ହରଡ଼ାଖଣ୍ଡି ଧର୍ମ ନଗର ସାହିର ବାବୁଲା ଗୌଡ଼ ବୋଲି ଜଣାପଡିଛି।

ଘଟଣାସ୍ଥଳରେ ବଡ ବଜାର ଥାନା ପୁଲିସ ଓ ଟ୍ରାଫିକ ପୁଲିସ ପହଞ୍ଚି ପିକଅପ୍ ଭ୍ୟାନ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Related posts