ଆଶିଷ ମିଶ୍ରଙ୍କ ଜାମିନକୁ ଯୋଗୀ ସରକାରର ବିରୋଧ: ସୁପ୍ରିମକୋର୍ଟରେ ହୋଇଥିଲା ଶୁଣାଣି

Published: Jan 19, 2023, 1:37 pm IST

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖିରୀ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଉପରେ ଶୁଣାଣି ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ୟୁପି ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଅଭିଯୁକ୍ତଙ୍କ ଜାମିନକୁ ସରକାର ବିରୋଧ କରିଛନ୍ତି।

ୟୁପି ସରକାର ସୁପ୍ରିମକୋର୍ଟରେ କହିଛନ୍ତି ଯେ, ଏହି ମାମଲାରେ ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲାରେ ଅନ୍ୟ କେତେକ ଅଭିଯୁକ୍ତ ଜେଲରେ ଅଛନ୍ତି। ସୁପ୍ରିମକୋର୍ଟରେ ସରକାର କହିଛନ୍ତି ଯେ, ଆଶିଷ ମିଶ୍ରଙ୍କୁ ଏହି ମାମଲାରେ ଜାମିନ ଦିଆନଯାଉ। ଲକ୍ଷ୍ମୀପୁର ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଏହା ଏକ ଗମ୍ଭୀର ବିଷୟ। ଯଦି ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଯିବ।

ସରକାରଙ୍କ ତରଫରୁ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ଆଶିଷ ମିଶ୍ର ଗତ ଏକ ବର୍ଷ ଜେଲରେ ଅଛନ୍ତି। ଥରେ ସେ ଜାମିନ ପାଇବା ପରେ ସୁପ୍ରିମକୋର୍ଟ ଏହି ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ମାମଲାରେ ୪୦୦ ରୁ ଅଧିକ ସାକ୍ଷୀ ଅଛନ୍ତି, ଯାହାଙ୍କର ବିବୃତ୍ତି ଦେବା ବାକି ରହିଛି। ଏହି ମାମଲାରେ ଟ୍ରାଏଲ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ।

Related posts