
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଖଜୁରିଆ ରାଜପଥ କଡ଼ରେ ଅବସ୍ଥିତ ଏକ ଗୋଦାମରୁ ଗତ ୧୬ ତାରିଖ ଦିନ ମୋବାଇଲ ଫୋନ ଚୋରି ହୋଇଥିବା କମ୍ପାନୀ ମେନେଜର୍ ଥାନାରେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି କରି ଗୋଷାଣୀ ନୁଆଁଗାଁ ଥାନା ପୋଲିସ ଏତଲା ନଂ ୯/୨୩ ଆଧାରରେ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଂଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ଓ ଗୋଦାମରେ ଲାଗିଥିବା ସିସିଟିଭି ଫୁଟେଜରେ ଚୋରି ବେଳର ଘଟଣା ରେକର୍ଡ ହୋଇଥିବା ଜାଣିବା ପରେ ଗୋଦାମର ସେଲ୍ସମ୍ୟାନ୍ ଗୋଦାମର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରୁଥିବା ଓ ଉକ୍ତ କାର୍ଯ୍ୟକ୍ରମରେ ତାର ସାଙ୍ଗ ଏସ୍ ଅଜୟ ସହଯୋଗ କରୁଥିବାର ଦ୍ରୁଶ୍ୟ ରେକର୍ଡ ହୋଇଥିବା ଜାଣିବା ପରେ ପୋଲିସ ତତକ୍ଷଣାତ୍ ପଦକ୍ଷେପ ଗ୍ରହଣ କରି ସେଲସମ୍ୟାନ୍ ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଧରିବା ସହ ୧୩୬ ଟି ମୋବାଇଲ ଫୋନ ଓ ୪ ଟି ଚାର୍ଜର ଜବତ କରିଛନ୍ତିି। ଯାହାର ମୁଲ୍ୟ ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏଥି ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।