ନାଚୁଣୀ ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ସୁରାକ, ତିନି ଅଟକ

Published: Jan 23, 2023, 10:07 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବାଲୁଗାଁ ନିକଟସ୍ଥ ନାଚୁଣୀରେ ଯେଉଁ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା ସେଥିରେ ପୋଲିସକୁ ସୁରାକ ମିଳିଛି। ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖି ପଚାରାଉଚୁରା କରିଛି। ଏହି ତିନିଜଣ ଚଣ୍ଡେଶ୍ବର ଅଞ୍ଚଳର ବୋଲି ଜଣାପଡିଛି।

ସେହିପରି ଶବ ରଖାଯାଇଥିବା ସୁଟକେଶ ସଂପର୍କରେ ମଧ୍ୟ ପୋଲିସ ଜାଣିପାରିଛି। ଏହି ସୁଟକେଶଟିକୁ ତନାଘନା କରିବା ପରେ ଏହା ନାଚୁଣୀ ନିକଟସ୍ଥ ଚାନ୍ଦପୁରର ଏକ ଦୋକାନରୁ କିଣିଯାଇଥିଲା ବୋଲି ପୋଲିସ ଜାଣିପାରିଛି।

ସେହି ଦୋକାନକୁ ଯାଇ ପଚରାଉଚୁରା କରିବା ପରେ ତାହାକୁ ଯେଉଁମାନେ କିଣିଥିଲେ ସେମାନଙ୍କ ସଂପର୍କର ପୋଲିସକୁ ସୁରାକ ମିଳିଥିଲା। ସେହି ଆଧାରରେ ପୋଲିସ ବର୍ତ୍ତମାନ ତିନିଜଣଙ୍କୁ ଅଟକ ରଖିଛି।

ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡ କୌଣସି ରାଜନୈତିକ ଶତ୍ରୁତା ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି। ଆଜି ଦିନ ଗୋଟାଏ ବେଳେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ନାଚୁଣୀ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୁତ ସୂଚନା ପ୍ରଦାନ କରିବେ।

Related posts