ନାଚୁଣୀ ହତ୍ୟାକାଣ୍ଡର ନୂଆ ମୋଡ଼, ବାପା ଆଣିଲେ ସଂଘାତିକ ଅଭିଯୋଗ

Published: Jan 24, 2023, 11:02 pm IST
Nachuni Muder

ସୀତାରାମ ଅଗ୍ରୱାଲ

ନାଚୁଣୀ: ନିକଟରେ ଚାଞ୍ଚଲ୍ୟ ଖେଳାଇଥିବା ନାଚୁଣୀ ହତ୍ୟାକାଣ୍ଡର ପୋଲିସ ପର୍ଦ୍ଦାଫାର୍ସ କରିସାରିଛି। ହେଲେ ଏବେ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ଆସିଛି ଏକ ନୂଆ ମୋଡ। ମୃତ ମନୋରଂଜ ମହାପାତ୍ରଙ୍କ ପିତା ଗଙ୍ଗାଧର ମହାପାତ୍ର ଆଣିଛନ୍ତି ଏକ ସାଙ୍ଘାତିକ ଅଭିଯୋଗ।

ଗଙ୍ଗାଧର ଅଭିଯୋଗ କରିଛନ୍ତି ଯେ, ପରକିଆ ପ୍ରୀତି ଓ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ମୋ ବୋହୁ ଲିଲି ଦାସ ଏହି ହତ୍ୟାକାଣ୍ଡ କରିଛନ୍ତି। ସେ ତାଙ୍କ ପ୍ରେମିକଙ୍କ ସହିତ ମିଶି ମୋ ପୁଅକୁ ନିଜ ରାସ୍ତାରୁ ହଟାଇବା ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଲିଲି ଦାସ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଗଙ୍ଗାଧର ଅଭିଯୋଗ କରିଛନ୍ତି। ଏପରିକି ୧୦ ଲକ୍ଷ ଟଙ୍କା ବାପାଙ୍କର ଠାରୁ ନେଇଥିଲେ ମନୋରଂଜନ। ଏ ନେଇ ଗଙ୍ଗାଧର ନାଚୁଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଏଭଳି ସଂଘାତିକ ଅଭିଯୋଗ ଗଙ୍ଗାଧର ଆଣିବା ପରେ ଏହି ହତ୍ୟାକାଣ୍ତ ଏକ ନୂଆ ମୋଡ ନେଇଛି।

Related posts