Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ମୋବାଇଲ, ରିମାଣ୍ଡ ଶେଷ
ଅପରାଧ

ବାଣପୁର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ମୋବାଇଲ, ରିମାଣ୍ଡ ଶେଷ

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁର ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ମିଳିଲା ମୋବାଇଲ, ରିମାଣ୍ଡ ଶେଷ

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାଙ୍କୁ ପୋଲିସ ଦୁଇ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ଆଜି ପ୍ରଥମ ଦିନରେ ତଦନ୍ତ ଶେଷକରି ରିମାଣ୍ଡ ଅବଧି ସରିବା ପୁର୍ବରୁ କୋର୍ଟରେ ହାଜର କରିଥିବାର ଜଣାପଡିଛି।

ଆଜି ପୂର୍ବାହ୍ନରେ ବାଲୁଗାଁ ଏସଡ଼ିପିଓ, ବାଣପୁର ଆଇଆଇସି ଓ ଟିମ ଅଭିଯୁକ୍ତ କାନ୍ହାଙ୍କୁ କ୍ରାଇମ ସିନ ରିକ୍ରିଏସନ ପାଇଁ ତାଙ୍କ ବଡ଼ହନ୍ତୁଆଡ଼ ସ୍ଥିତ ଭଡ଼ା ଘରକୁ ନେଇଥିଲେ। ସେଠାରେ ଅଭିଯୁକ୍ତ ଡେମୋ ଦେଖାଇବା ସହ ମୃତ ଆଶୁତୋଷଙ୍କ ମୋବାଇଲ ଫୋନ ନିଜ ଭଡ଼ା ଘର ବାରିପଟ କୂଅରେ ପକାଇଥିବାର କହିଥିଲା।

ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଉକ୍ତ ସ୍ଥାନରେ ପହଞ୍ଚି କୂପ କୁ ଶୁଖାଇଥିଲେ ଏବଂ ତନ୍ମଧ୍ୟରୁ ଏକ ଓପୋ ମୋବାଇଲ ମିଳିଥିଲା ଯାହାକି ମୃତ ଆଶୁତୋଷଙ୍କ ବୋଲି ତାଙ୍କ ପିତା ଚି଼ହ୍ନଟ କରିଥିଲେ। ଅଭିଯୁକ୍ତ କାନ୍ହା ଆଶୁତୋଷ ଙ୍କୁ ମାରି ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କ ମୋବଇଲ କୁ କୂପରେ ଫୋପାଡିଦେଇଥିବା କହିଥିଲେ।

ତେବେ ପାଣି ମଧ୍ୟରେ 3 ଦିନ ଧରି ଫୋନଟି ଥିବାରୁ ଏହା ସୁଇଚ ଅନ ହୋଇ ପାରିନାହିଁ। ଏଥି ନିମନ୍ତେ ଉକ୍ତ ମୋବାଇଲ ରୁ ତଥ୍ୟ ସଂଗ୍ରହ ପାଇଁ ରାଜ୍ୟ ଫରେନସିକ ଲ୍ୟାବ କୁ ପଠାଯାଇଛି।

ଖୋର୍ଦ୍ଧା ଏସପିଙ୍କ ଉକ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ଥିବା ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ କହିଛନ୍ତି। ରିପୋର୍ଟ କିପରି ଜଲଦି ଆସିବ ସେ ନେଇ ଏସପି ଫରେନସିକ ଲ୍ୟାବକୁ ଆଉ ଏକ ତ୍ୱରିତ ଚିଠି କରିଥିବାର କହିଛନ୍ତି ଶ୍ରୀ ବାରିକ। ତେବେ ଉକ୍ତ ହତ୍ୟାକାଣ୍ଡ ର ମୁଖ୍ୟ ପ୍ରମାଣ ଉକ୍ତ ମୋବାଇଲ ଫୋନ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଇଛି ପୋଲିସ।

ଅଭିଯୁକ୍ତ କାହ୍ନାଙ୍କ କଥାବାର୍ତ୍ତା ଓ ସମୟରେ ତାଳମେଳ ରହୁନଥିବାରୁ ମୋବାଇଲ ମଧ୍ୟରୁ ଡାଟା ରିକଭରି ହେଲେ ପୋଲିସ କ୍ଷିପ୍ର ଗତିରେ ତଦନ୍ତ କୁ ଆଗକୁ ନେବ। ଯେହେତୁ ମୋବଇଲ ଉପରେ ବର୍ତ୍ତମାନ ଅଧିକ ତଦନ୍ତ ନିର୍ଭର କରୁଛି, ସେଥିଲାଗି ମୋବାଇଲ ମିଳିଗଲା ପରେ ପୋଲିସ ରିମାଣ୍ଡ ଅବଧି ଶେଷ ହେବା ପୁର୍ବରୁ ଅଭିଯୁକ୍ତ କାହ୍ନାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଛି।

ବାଣପୁର ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026

ହର୍ମୁଜରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କଲା ଇରାନ: ଭାରତର କଡ଼ା ପ୍ରତିକ୍ରିୟା

July 12, 2026
Latest News

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.