ଜନ୍ମଦିନ ପାଳନ କରୁଥିବାବେଳେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ: ଆଠ ମୃତ, ୩ ଗୁରୁତର

Published: Jan 30, 2023, 12:18 pm IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଏକ ସହରରେ ଜନ୍ମଦିନ ପାଳନ କରୁଥିବା ଲୋକଙ୍କ ଉପରେ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଜନ୍ମଦିନ ପାଳନ କରୁଥିବା ବ୍ୟକ୍ତି ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ବରଣ କରିଛନ୍ତି। ଦକ୍ଷିଣ ବନ୍ଦରଗାହ ସହର ଗେକେବେରାରେ ଏଭଳି ଘଟଣା ଘଟିଛି।

ପୋଲିସ ଏକ ବିବୃତ୍ତିରେ କହିଛି ଯେ, ଘରର ମାଲିକ ତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ରବିବାର ସନ୍ଧ୍ୟାରେ ଦୁଇଜଣ ଅଜ୍ଞାତ ବନ୍ଧୁକଧାରୀ ପ୍ରବେଶ କରି ଅତିଥିମାନଙ୍କ ଉପରକୁ ଗୁଳି ଚଳାଇଲେ। ଯାହାଫଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।”

ଏହି ଆକ୍ରମଣ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ବୋଲି ପୋଲିସ କହିଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ଅପରାଧୀଙ୍କୁ ଧରିବା ପାଇଁ ଖୋଜା ଚାଲିଛି। ଦକ୍ଷିଣ ଆଫ୍ରିକାରେ ଗୁଳି ବିନିମୟ ସାଧାରଣ, ଯେଉଁଥିରେ ସାମୁହିକ ହିଂସା ଏବଂ ମଦ୍ୟପାନ ହେତୁ ବିଶ୍ୱରେ ସର୍ବାଧିକ ହତ୍ୟା ହାର ରହିଛି।

Related posts