ରାମଚରିତମାନସ କାଗଜ ଜାଳିବା ଅଭିଯୋଗ: ଗିରଫ ହେଲେ ୫ ଅଭିଯୁକ୍ତ

Published: Jan 30, 2023, 7:04 pm IST

ଲକ୍ଷ୍ନୌ: ଲକ୍ଷ୍ନୌ ପିଜିଆଇ ପୋଲିସ ରାମଚରିତମାନସର କପି ଚିରି ପୋଡି ଦେବା ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ପିଜିଆଇ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟେନ୍ଦ୍ର କୁଶୱା, ଯଶପାଲ ସିଂ, ଦେବେନ୍ଦ୍ର ପ୍ରତାପ ଯାଦବ, ସୁରେଶ ସିଂ ଯାଦବ, ମହମ୍ମଦ ସଲିମ। ଏହି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି। ରାମଚରିତମାନସର କପି ଚିରିଦେବା ଏବଂ ଜଳୁଥିବା ଭିଡିଓ ଭାଇରାଲ ହୋଇଥିବାବେଳେ ଭାଇରାଲ ଭିଡିଓ ଆଧାରରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ଲକ୍ଷ୍ନୌ ପୋଲିସ ଉତ୍ତରପ୍ରଦେଶର ରାଜଧାନୀ ବୃନ୍ଦାବନ ଅଞ୍ଚଳରେ ଅଖିଲ ଭାରତୀୟ ଓବିସି ମହାସଭ ନାମକ ଏକ ସଂଗଠନର ସଦସ୍ୟଙ୍କ ଦ୍ୱାରା ରାମଚରିତମାନସର କପି ଜାଳି ଦେଇଥିବା ଅଭିଯୋଗରେ ରବିବାର ଦିନ ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ, ବିଜେପି ନେତା ସତନମ ସିଂ ଲଭିଙ୍କ ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ପିଜିଆଇ ପୋଲିସ ଷ୍ଟେସନରେ ୧୦ ଜଣ ଏବଂ ବହୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଯଦିଓ ପୋଲିସ ଏପର୍ଯ୍ୟନ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟମାନଙ୍କୁ ତଲାସୀ ଜାରି ରହିଛି। ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ବିଭାଗ ଅଧୀନରେ ଏହି ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।

ପୋଲିସ କହିଛି ଯେ, ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୨, ୧୪୩, ୧୫୩ ଏ, ୨୯୫, ୨୯୫ ଏ, ୨୯୮, ୫୦୪, ୫୦୫, ୫୦୬ ଏବଂ ୧୨୦ ବି ଅନୁଯାୟୀ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ଏସପି ନେତା ସ୍ଵାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ୟତୀତ ଦେବେନ୍ଦ୍ର ପ୍ରତାପ ଯାଦବ, ଯଶପାଲ ସିଂ ଲୋଧି, ସତ୍ୟେନ୍ଦ୍ର କୁଶୱା, ମହେନ୍ଦ୍ର ପ୍ରତାପ ଯାଦବ, ସୁଜିତ ଯାଦବ, ନରେଶ ସିଂ, ଏସ୍ ଯାଦବ, ସାନ୍ତୋଷ ବର୍ମା, ସଲିମ ଏବଂ ଅନ୍ୟାନ୍ୟ ଅଜ୍ଞାତ ବ୍ୟକ୍ତି ଏହି ଏଫଆଇଆରରେ ଅନ୍ତର୍ଭୁକ୍ତ।

Related posts