ଖୋର୍ଦ୍ଧା : ବାଘମାରୀ ଥାନା ଅଞ୍ଚଳରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନ ସୁଗାର ଜବତ, ୩ ଗିରଫ

Published: Jan 31, 2023, 4:13 pm IST

ଖୋର୍ଦ୍ଧା: କିଛି ଦିନର ବିରତି ପରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରୁ ପୁଣି ଜବତ ହୋଇଛି ବ୍ରାଉନ ସୁଗାର। ସୂଚନା ମୁତାବକ ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ ଏବଂ ଏସଡ଼ିପିଓ ଓ ଆଇଆଇସି ଙ୍କ ତତ୍ୱାବଧାନ ରେ ଏକ ଟିମ ବାଘମାରି ଥାନା ପୋଡ଼ାଡିହ ଗ୍ରାମ ମା ମଙ୍ଗଳା ମନ୍ଦିର ନିକଟରେ ଚଢ଼ାଉ କରିଥିଲେ।

ଏହି ଚଢାଉରେ ୧୫.୭୧ ଗ୍ରାମ ବ୍ରାଉନ ସୁଗାର(ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା), ଗୋଟାଏ ବାଇକ, ୩ ଗୋଟି ମୋବଇଲ ଫୋନ ଏବଂ ନକଦ ୭୯୦ ଟଙ୍କା ଜବତ କରିଥିବା ବେଳେ ଅଭିଯୁକ୍ତ ବିଜୟ ପ୍ରଧାନ (୩୨), ବସିର ଖାନ(୨୮) ଏବଂ ମନସୁର ଖାନ(୪୨) ଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନୀୟମ ଅନୁଯାୟୀ କେସ ନମ୍ବର ୧୭/୨୩ ରେ ମାମଲା ରୁଜୁ କରାଯାଇଛି କୋର୍ଟଚାଲାଣ କରାଯାଇଥିବାର ଆଇଆଇସି ପ୍ରଜ୍ଞା ରିତମ୍ଭରା କର କହିଛନ୍ତି ।

Related posts