ଜିଲ୍ଲାର ପିଏସଓଙ୍କୁ ଡାକି କର୍ତ୍ତବ୍ୟ ସଂପର୍କରେ ଅବଗତ କରାଇଲେ ଏସପି

Published: Feb 3, 2023, 7:32 pm IST
BalesoreSP

ବାଲେଶ୍ବର: ଆଜି ବାଲେଶ୍ବର ଏସପି ସାଗରିକା ନାଥ ଜିଲ୍ଲାର ପିଏସଓଙ୍କୁ ଡାକି ଏକ ବୈଠକ କରିଛନ୍ତି। ଏଥିରେ ପିଏସଓମାନେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ଭିଭିଆଇପିଙ୍କ ପାଖରେ ଏହି ପିଏସଓମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ସଚେତନତା କରାଯାଇଛି।

ନିକଟରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରେ ଏହି ସଚେତନତାର ଗୁରୁତ୍ବ ବଢିଯାଇଛି। ମନ୍ତ୍ରୀଙ୍କ ପାଖେ ପାଖେ ପିଏସଓ ଥିଲେ ମଧ୍ୟ ନବ ଦାସଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ। ସେଥିପାଇଁ ସେ କର୍ତ୍ତବ୍ୟରେ ଅବହେଳା ବୋଲି ଧରି ନିଆଯାଇଛି। ଏହି ଘଟଣା ପରେ ନବ ଦାସଙ୍କ ପିଏସଓଙ୍କୁ ଚାକିରୀରୁ ନିଳମ୍ବିତ କରାଯାଇଛି।

Related posts