Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମିଡିଆ ସମ୍ମୁଖରେ ଭାବୁକ ହେଲେ ପିଟି ଉଷା: କହିଲେ ସାଂସଦ ହେବା ପରେ ମୋତେ କରାଯାଉଛି ହଇରାଣ
ଅପରାଧ

ମିଡିଆ ସମ୍ମୁଖରେ ଭାବୁକ ହେଲେ ପିଟି ଉଷା: କହିଲେ ସାଂସଦ ହେବା ପରେ ମୋତେ କରାଯାଉଛି ହଇରାଣ

February 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭେଟେରାନ ଆଥଲେଟ୍ ତଥା ଇଣ୍ଡିଆନ୍ ଅଲିମ୍ପିକ୍ ଆସୋସିଏସନ୍ (IOA) ର ସଭାପତି ପି.ଟି ଉଷା ଶନିବାର ଗଣମାଧ୍ୟମ ସମ୍ମୁଖରେ କାନ୍ଦି ପକାଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେରଳର କୋଝିକୋଡେ ଜିଲ୍ଲାରେ ଅବସ୍ଥିତ ତାଙ୍କ ଆଥଲେଟ୍ସ ଏକାଡେମୀ କ୍ୟାମ୍ପସରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଛି। ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ମ୍ୟାନେଜମେଣ୍ଟ ଏହାକୁ ବିରୋଧ କରିଥିଲେ, ସେତେବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା।

ତେବେ ପୋଲିସ ନିକଟରେ ଅଭିଯୋଗ ହେବା ପରେ କାମ ବନ୍ଦ ହୋଇଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଜେ, “କିଛି ଲୋକ ଉଷା ସ୍କୁଲ ଅଫ୍ ଆଥଲେଟିକ୍ସର କମ୍ପାଉଣ୍ଡରେ ପ୍ରବେଶ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଯେତେବେଳେ ମ୍ୟାନେଜମେଣ୍ଟ ଏହାକୁ ବିରୋଧ କରିଥିଲେ ସେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସେମାନେ ପନଗଡ ପଞ୍ଚାୟତରୁ ଅନୁମତି ଆଣିଥିବା ଦାବି କରିଥିଲେ। ଆମେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ବନ୍ଦ ହୋଇଥିଲା। ”

ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଭେଟେରାନ ଆଥଲେଟ୍ କହିଛନ୍ତି ଯେ, ଉଷା ସ୍କୁଲ୍ ଆଥଲେଟିକ୍ସର ଖେଳାଳିମାନେ କିଛି ସମୟ ଧରି ଏଭଳି ହଇରାଣ ତଥା ସୁରକ୍ଷା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ସେ ରାଜ୍ୟସଭା ସଦସ୍ୟ ହେବା ପରେ ତୀବ୍ର ହୋଇଛି। ଜୁଲାଇ ୨୦୨୨ ରେ ବିଜେପି ପି.ଟି ଉଷାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲା।

କ୍ୟାମ୍ପସରେ ଅନୁପ୍ରବେଶ ହେତୁ ଏକାଡେମୀରେ ରହୁଥିବା ଲୋକ ଓ ବାଳିକାଙ୍କ ସୁରକ୍ଷାକୁ ନେଇ ପିଟି ଉଷା ଚିନ୍ତା ପ୍ରକଟ କରିଛନ୍ତି। ସେ ଏଥିରେ କେରଳର ବାମ ସରକାର ଏବଂ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ନିବେଦନ କରିଛନ୍ତି ଯେ, ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ଏବଂ ସେଠାରେ ମହିଳା ଆଥଲେଟ୍ ମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କ୍ୟାମ୍ପସରେ ଅତିକ୍ରମଣ ତଥା ଅନୁପ୍ରବେଶ ବନ୍ଦ କରନ୍ତୁ।

ସେ କହିଛନ୍ତି ଜେ, “ଉଷା ବିଦ୍ୟାଳୟରେ ୨୫ ଜଣ ମହିଳା ଅଛନ୍ତି, ସେମାନଙ୍କ ମଧ୍ୟରୁ ୧୧ ଜଣ ଉତ୍ତର ଭାରତର। ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର ଦାୟିତ୍ଵ ଅଟେ। ମୁଁ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛି।” ନିଶା ସେବନକାରୀମାନେ ବିଦ୍ୟାଳୟର ପରିସରରେ ପ୍ରବେଶ କରି ସେଠାରେ ପରିବେଶ ଖରାପ କରୁଛନ୍ତି ବୋଲି ଉଷା ଅଭିଯୋଗ କରିଛନ୍ତି।

ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.