ବ୍ରହ୍ମପୁର ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜାଲ ସାର୍ଟିଫିକଟ ଦେବା ମାମଲା, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

Published: Feb 23, 2023, 12:10 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବ୍ରହ୍ମପୁର ଧର୍ମନଗର ସ୍ଥିତ ଏସଏକ୍ସ ଘରୋଇ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜାଲ ସାର୍ଟିଫିକଟ ଦେବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପୃଷ୍ଟିଙ୍କୁ ଟାଉନ ଥାନା ପୁଲିସ କାବୁ କରିଛି। ପ୍ରକାଶ ଥାଉକି ଅଭିଯୁକ୍ତ ସୁଶାନ୍ତ ପୃଷ୍ଟି ଓ ଲମ୍ବୋଦର ମହାନ୍ତି ନାମରେ ଦୁଇ ଜଣ ଉକ୍ତ ସ୍କୁଲ ଆରମ୍ଭ କରିଥିଲେ ଓ ସିବିଏସଇ କୋର୍ସ୍ ରେ ପାଠ ପଢାଇ ପ୍ରମାଣ ପତ୍ର ଦେବାର ପ୍ରତିଶୃତି ଦେଇ ଥିବାରୁ ବହୁତ ପିଲା ଉକ୍ତ ଅନୁଷ୍ଠାନରେ ପାଠପଢ଼ା ପାଇଁ ନାମ ଲେଖାଇଥିଲେ। ଏହି ସୁଯୋଗରେ ଉକ୍ତ ବ୍ୟକ୍ତି ଦ୍ବୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ଅନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ମୁକ୍ତ ବିଦ୍ୟାଳୟ ଓ କର୍ଣ୍ଣାଟକ ବୋର୍ଡର ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଯାହା ଫଳରେ ଅନିତା ମହାନ୍ତି ନାମକ ଜଣେ ମହିଳା ଅଭିଭାବକ ଗତ ୨୦୨୨ ମସିହା ସେପ୍ଟେମ୍ବର ମାସରେ ଟାଉନ ଥାନାରେ ଉକ୍ତ ବ୍ୟକ୍ତି ଦ୍ବୟଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ଅଭିଯୁକ୍ତ ଲମ୍ବୋଦର ମହାନ୍ତି କିଛି ଦିନ ଫେରାର ହୋଇ ଆଗୁଆ ଜାମିନ ପାଇଁ ଉଚ୍ଚ ଅଦାଲତରେ ଆବେଦନ କରିଥିଲେ ଓ ଅଦାଲତ ନିର୍ଦ୍ଦେଶ ଅନୁଯାୟୀ ସେ ବ୍ରହ୍ମପୁର ଏସ୍ ଡି ଜେ ଏମ୍ ଅଦାଲତରେ ଆତ୍ମ ସମର୍ପଣ କରି ଜାମିନ ରେ ମୁକୁଳିଥିଲେ।

କିନ୍ତୁ ସୁଶାନ୍ତ ପୃଷ୍ଟି ଘଟଣା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନରେ ଆସିଥିଲେ। ପରବର୍ତ୍ତୀ ସମୟରେ ପୁଣି ଉଚ୍ଚ ନ୍ୟାୟାଳୟର ଜାମିନ ନାମଞ୍ଜୁର ହେବା ଦିନ ଠାରୁ ସେ ଫେରାର ଥିଲେ ଓ ପୋଲିସ ବୁଧବାର ଇଞ୍ଜିନିୟରିଂ ସ୍କୁଲ ଛକରୁ କାବୁ କରି ଥାନା କୁ ଆଣି ପଚରାଉଚରା କରୁଛନ୍ତି।

Related posts