ପାକିସ୍ତାନକୁ ଚାନ୍ଦିପୁର ଆଇଟିଆରର ଗୁପ୍ତ ତଥ୍ୟ ଦେଇ ଗିରଫ ହେଲେ ପ୍ରତିରକ୍ଷା ଅଧିକାରୀ

Published: Feb 24, 2023, 3:16 pm IST

ଭୁବନେଶ୍ବର: ପୁଣି ରାଜ୍ୟରେ ଏକ ହନିଟ୍ରାପ ମାମଲା ସାମ୍ନାକୁ ଆସିଛି। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇ ଜଣେ ବରିଷ୍ଠ ଅଧିକାରୀ ଗିରଫ ହୋଇଥିବା ସୂଚନା ରହିଛି। ପୁଣି ବାଲେଶ୍ଵରର ଚାନ୍ଦିପୁର ଆଇଟିଆରରୁ ହନିଟ୍ରାପ ମାଧ୍ୟମରେ ଗୁପ୍ତ ତଥ୍ୟ ଲିକ୍ ହୋଇଛି। ଅଶ୍ଳୀଳ ଭିଡ଼ିଓ ଦେଇ ପାକିସ୍ତାନୀ ଏଜେଣ୍ଟ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ମାମଲାରେ ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ବାଲେଶ୍ଵର ପୋଲିସ ଗିରଫ କରିଛି। ତେବେ ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଇଜି ହିମାଂଶୁ ଲାଲ ଏବଂ ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି।

Related posts