ଚିଟ ଫଣ୍ଡ କଂପାନୀର ଜମି ବିକି ଜମାକାରୀଙ୍କ ଟଙ୍କା ଫେରାଅ, କୋର୍ଟ ଦେଲେ ନିର୍ଦ୍ଦେଶ

Published: Feb 26, 2023, 1:04 pm IST

ଭୁବନେଶ୍ବର: ଚିଟ ଫଣ୍ଡ କଂପାନୀର ଯାହା ଜମି ଜବତ ହୋଇଛି ତୁରନ୍ତ ତାହାକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରାଅ। ଏହିପରି ଏକ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଚିଟଫଣ୍ଡ ମାମଲା ଚାଲିଥିବା କୋର୍ଟ କହିଛନ୍ତି ଯେ, ଏହାକୁ ସାଧାରଣରେ ଅକସନ କରି ବିକ୍ରି କରି ସେହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କର।

ଓଡିଶାର ଶ୍ରୀ ଭୂମି ଗ୍ରୁପ ଅଫ କଂପାନୀର ଏହି ଜମିକୁ ବିକ୍ରି କରିବା ପାଇଁ କୁହାଯାଇଛି। ପୂର୍ବରୁ ଓଡିଶା ଇକୋନିମିକାଲ ଅଫନସିଭ ୱଇଙ୍ଗି ବା ଇଓଡବ୍ଲୁ ଏହି କଂପାନୀର 24 ଏକର ଜମି ଜବତ କରିଛି। ଏଥିସହିତ କଂପାନୀର ତିନି ଜଣ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିଛି। ଏହି କଂପାନୀ ଲୋକଙ୍କୁ ଅଧିକ ଲୋଭ ଦେଖାଇ ଟଙ୍କା ନେଣଦେଣ କରିଥିବାର ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ଏହି କଂପାନୀ ଜବତ ହୋଇଥିବା ମୋଟ 24.0487 ଏକର ଜମିକୁ ଅକସନ କରିବା ପାଇଁ ବନ୍ଦୋବସ୍ତ କରୁଥିବାର ଜଣାପଡିଛି। ବିକ୍ରି ସରିବା ପରେ ଏହି କଂପାନୀର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ।

Related posts