ବିଷପିଇ ଯୁବତୀଙ୍କ ଆତ୍ମହତ୍ୟା

Published: Feb 28, 2023, 8:13 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ମହୁଲପଲୀ ଗ୍ରାମର ଜନୈକ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀ ଜଣଙ୍କ ମହୁଲପଲୀ ଗ୍ରାମର ଧୋବା ଗୌଡ଼ଙ୍କ ଝିଅ ଭାରତୀ ଗୌଡ଼ ବୋଲି ଜଣାପଡିଛି। ମାଁ ଙ୍କ ସହିତ କୌଣସି କଥାକୁ ନେଇ ଭାରତୀଙ୍କ ଝଗଡ଼ା ହୋଇଥିଲା। ଯାହାପରେ ଭାରତୀ ଘର ବାଡିପଟକୁ ଯାଇ ପୋକମରା ଔଷଧ ଖାଇଦେଇଥିଲେ।

ଭାରତୀ ଅଚେତ ଥିବା ଦେଖି ପରିବାର ଲୋକେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ୨/୨୩ ଅନୁଯାୟୀ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଚିତ୍ତରଂଜନ ବେହେରାଙ୍କ ଠାରୁ ପ୍ରକାଶ।

Related posts