ପୋଖରୀ ହୁଡ଼ାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Published: Feb 28, 2023, 4:43 pm IST

ରଣପୁର: ପୋଖରୀ ହୁଡ଼ାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ଲତାର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ସୂଚନା ଅନୁସାରେ ଉକ୍ତ ଗ୍ରାମର ବିଭୁତି ଭୂଷଣ ମହାପାତ୍ର ଆଜି ସକାଳୁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ପୋଖରୀ ହୁଡ଼ାରୁ ବିଭୁତି ଭୂଷଣଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସରେ ରଣପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

କିନ୍ତୁ ପାରିବାରିକ କଲହରୁ ବିଭୁତିଭୂଷଣ ବିଷ ପିଇ ଆତ୍ମହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଘଟଣା ସ୍ଥଳରେ ରଣପୁର ପୋଲିସ ପହଞ୍ଚି ତଦନ୍ତ କରୁଛି।

Related posts