ଜଙ୍କିଆ ବଜାର ଏସବିଆଇ ଏଟିଏମ ତାଡି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Published: Mar 6, 2023, 10:05 am IST

ଜଂକିଆ: ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡକ ଜଂକିଆ ବଜାର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଜଣାପଡିଛି। ଲୁଟେରାମାନେ ଗ୍ୟାସ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି। ଏଟିଏମ ରେ ଲାଗିଥିବା ସିସିଟିଭି ମଧ୍ୟ କାଟି ଦେଇଥିବା ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ ହୋଇଛି।

ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାର କହିଛନ୍ତି ଆଇଆଇସି ଅନିତା ସାହୁ।

ସୂଚନା ଥାଉକି ଦିନକ ପୂର୍ବରୁ ନିରାକାରପୁର ଥାନା ଅଞ୍ଚଳରେ ଏକ ଏଟିଏମ ଲୁଟିବାରେ ଦୁର୍ବୁତ୍ତ ମାନେ ବିଫଳ ହୋଇଥିବା ବେଳେ ଜଙ୍କିଆ ବଜାରରୁ ଲୁଟିବାରେ ସକ୍ଷମ ହୋଇଛନ୍ତି।  ତେବେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଜାତୀୟ ରାଜପଥରେ ଅବସ୍ଥିତ ଏଟିଏମ ଗୁଡିକରେ ରାତ୍ର ଜଗୁଆଳି ବ୍ୟବସ୍ଥା ନକରିବାରୁ ବାରମ୍ବାର ଏପରି ଲୁଟ ହେଉଥିବା ଅଭିଯୋଗ ହେଉଛି।

Related posts