ବ୍ରହ୍ମପୁର ଏସପିଙ୍କ ମହାନତା, ମାଲିକଙ୍କୁ ଫେରାଇଲେ ଚୋରି ସୁନା ଅଳଙ୍କାର

Published: Mar 8, 2023, 11:33 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗତ ଫେବୃଆରୀ ମାସରେ ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଘଟିଥିବା ସିରିଜ୍ ଚୋରି ଘଟଣାରେ ଗିରଫ ହୋଇଥିବା ଦୁଇ ଯୁବକକୁ ଜେରା ବେଳେ ସେମାନଙ୍କ ନିକଟରୁ ୨୬୫ ଗ୍ରାମ ସୁନା ଓ ୩୫୦ ଗ୍ରାମ ରୁପା ସମେତ କିଛି ନଗଦ ଟଙ୍କା ଓ ମୋବାଇଲ ଫୋନ ଜବତ କରିଥିଲା।

ଗିରଫ ଅଭିଯୁକ୍ତ ଯୁବକମାନେ ଗତ ମାସରେ ବଡ଼ବଜାର ଥାନା ଅନ୍ତର୍ଗତ ଓମ୍ ନଗରରେ ଜନୈକ ବ୍ୟବସାୟୀ ସତ୍ୟ ନାରାୟଣ ରାୟଗୁରୁ, ନିମଖଣ୍ଡି ଥାନା ଅନ୍ତର୍ଗତ ଶକ୍ତି ନଗର ୪ ର୍ଥ ଗଳିର ଡଃ ଅମୁଲ୍ୟ କୁମାର ମିଶ୍ର, ଗୋଳନ୍ଥରା ଥାନା ଅନ୍ତର୍ଗତ ବେଲକୁଦୀ ଗ୍ରାମ ପ୍ରହଲ୍ଲାଦ ନାୟକ ଓ ବାଲି ସାହିର କେ ଦମୟନ୍ତୀ ପ୍ରମୁଖଙ୍କ ଘରୁ ତାଲାବନ୍ଦର ସୁଯୋଗ ନେଇ ନଗଦ ଟଙ୍କା, ସୁନା ଓ ରୂପା ଅଳଂକାର ଲୁଟୁଥିବା ଅଭିଯୋଗରେ ବ୍ରହ୍ମପୁର ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ରଙ୍କ ଦ୍ଵାରା ଗଠିତ ଟିମ୍ ଧରାପଡିଥିଲେ।

ଲୁଟ୍ ମାମଲାରେ ଗିରଫ ଅଭିଯୁକ୍ତମାନଙ୍କୁ ଚାର୍ଜସିଟ୍ କରିବା ପରେ ବ୍ରହ୍ମପୁର ଏସପି ଡଃ ସର୍ବଣା ବିବେକ ଏମ୍ ତାଙ୍କ କାର୍ଯ୍ୟାଳୟରେ ପ୍ରକୃତ ମାଲିକମାନଙ୍କୁ ଡ଼ାକି ଉକ୍ତ ଅଳଙ୍କାର ଓ ନଗଦ ଟଙ୍କା ଫେରସ୍ତ କରିଥିଲେ।

ଫେରସ୍ତ ପାଇଥିବା ବ୍ୟକ୍ତିଙ୍କ ସହ ରେଶମ ନଗରୀ ବ୍ରହ୍ମପୁର ସହରର ସଚେତନ ନାଗରିକ ବ୍ରହ୍ମପୁର ଏସପି ଙ୍କ ଏଭଳି ମହାନତାକୁ ପ୍ରଶଂସା କରିଛନ୍ତି।

Related posts