ଉମେଶ ପାଲ ଅପହରଣ ମାମଲା: ଅତିକ୍ ଅହମ୍ମଦଙ୍କ ସମେତ ତିନିଜଣଙ୍କୁ ଆଜୀବନ କାରାଦଣ୍ଡ

Published: Mar 28, 2023, 2:33 pm IST

ନୂଆଦିଲ୍ଲୀ: ଆଜି ଉମେଶ ପାଲ ଅପହରଣ ମାମଲାର ସାଂସଦ-ବିଧାୟକ କୋର୍ଟ ରାୟ ଶୁଣାଇଛନ୍ତି। ମାଫିଆ ତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକଙ୍କ ଭାଇ ଆଶରଫ ଅହମ୍ମଦଙ୍କ ସମେତ ୭ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

୨୦୦୫ ରେ ବିଏସପି ବିଧାୟକ ରାଜୁ ପାଲ ହତ୍ୟା ମାମଲାର ସାକ୍ଷୀ ଉମେଶ ପାଲଙ୍କୁ ଅପହରଣ ମାମଲାରେ ପୂର୍ବତନ ସାଂସଦ ଅତିକ୍ ଅହମ୍ମଦଙ୍କ ଉପରେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ସ୍ଵତନ୍ତ୍ର ସାଂସଦ-ବିଧାୟକ କୋର୍ଟ ତାଙ୍କ ନିଷ୍ପତ୍ତିରେ ପୂର୍ବତନ ସାଂସଦ ତଥା ଅନ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅତିକ୍ ଅହମ୍ମଦଙ୍କ ସମେତ ତିନିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ କୋର୍ଟ ସେମାନଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଉମେଶ ପାଲଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ।

Related posts