ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ କାବୁ କଲା ଅବକାରୀ ବିଭାଗ, ବାଇକ ସହ ୨ ଗିରଫ

Published: Apr 12, 2023, 5:47 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ଅବକାରୀ ବିଭାଗ ଆଜି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ଖବର ମୁତାବକ ଠାକୁରପଡ଼ା ଠାରେ ଏକ ବାଇକରେ ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ନେଇ ବେପାର ପାଇଁ ଯାଉଥିବା ବେଳେ ଅବକାରୀ ହାତରେ ଧରା ପଡ଼ିଥିଲେ। ଜିଲ୍ଲା ଅବକାରୀ ମୋବାଇଲ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁ ଓ ଟିମ ବାଇକ କୁ କାବୁ କରିଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।

ଅଭିଯୁକ୍ତମାନେ ଟାଉନ ଥାନା ଅନ୍ତର୍ଗତ ଠାକୁରପଡ଼ା ନୁଆସାହିର ପ୍ରଦୀପ ବାରିକ (୨୪) ଓ ରାଜେଶ ମହାରଣା (୨୬) ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୨୯ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ।

ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଉକ୍ତ ଚଢ଼ାଉରେ ଅବକାରୀ ମୋବାଇଲ ଏସଆଇ ବି. ମନୋଜ କୁମାର ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ।

Related posts