ବିଷାକ୍ତ ମଦ ପିଇ ୮ ମୃତ, ୨୫ ଡାକ୍ତରଖାନାରେ ଭର୍ତ୍ତି

Published: Apr 15, 2023, 2:22 pm IST

ପାଟନା: ବିହାରର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ରହିଛି। ଏଥିସହ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ, ମୋତିହାରୀର ଲକ୍ଷ୍ମୀପୁର ପହାଡପୁରରେ ବିଷାକ୍ତ ମଦ ପିଇ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୨୫ ଜଣ ଲୋକ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହାପୂର୍ବରୁ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ବିଷାକ୍ତ ମଦ ମୃତ୍ୟୁ ଯୋଗୁଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିହାର ବିଜେପି କଡ଼ା ଟାର୍ଗେଟ କରିଛି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ଗତ ବର୍ଷ ସାରଣ ଜିଲ୍ଲାରେ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଙ୍କ ରିପୋର୍ଟକୁ ନେଇ ବିବାଦ ଲାଗି ରହିଥିଲା। ଏହି NHRC ରିପୋର୍ଟରେ ସାରଣ ବିଷାକ୍ତ ମଦ ମାମଲା ପାଇଁ ପ୍ରଶାସନକୁ ଦାୟୀ କରାଯାଇଥିଲା।

Related posts