ବାହା ବେଦୀରୁ ହଠାତ୍ ଉଠିଗଲା କନ୍ୟା: ଶିଶୁପାଳ ହେଲା ବର

Published: Apr 25, 2023, 12:16 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ତାଳସାକର ଗ୍ରାମରେ ଏକ ରୋମାଞ୍ଚକର ଘଟଣା ଘଟିଛି।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଜଣେ ଯୁବକ ଜଣେ ଝିଅକୁ ବାହାହେବା ପାଇଁ ପୂର୍ବ ପ୍ରସ୍ତୁତି ପ୍ରକାରେ ନିଜ ପରିବାର ଲୋକଙ୍କ ସହ ତାଳସାକର ଗ୍ରାମରେ ଆସି ପହଞ୍ଚିଥିଲେ। କନ୍ୟା ପକ୍ଷରୁ ସକାଳେ ଭୋଜି ହୋଇ ସନ୍ଧ୍ୟାରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ପୁରୋହିତ, ରାଉଳ ଓ ବାରିକଙ୍କ ସମେତ ଉଭୟ ପକ୍ଷ ବିବାହ ବେଦୀରେ ମିଳନ ବେଳେ ହଠାତ୍ କନ୍ୟା ବେଦୀରୁ ଉଠି ମୁଁ ଏହି ଟୋକାକୁ ବାହା ହେବିନି, ମୋର ଆଉଜଣେ ପୁଅ ସହିତ ସମ୍ପର୍କ ରହିଛି ବୋଲି ଜିଦ୍ କରି ଧରି ବସିଥିଲା। ଯାହା ଫଳରେ ଉଭୟ ପକ୍ଷଙ୍କ ମୁଣ୍ଡରେ ଚଡକ ପସିଥିଲା।

ଶେଷରେ କଥା ଗଲା ଥାନାକୁ। ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁତ ବୁଝାସୁଝା ପରେ ମଧ୍ୟ କୌଣସି ସମାଧାନ ହେଲା ନାହିଁ। ଏହି ଭଳି ପରିସ୍ଥିତିରେ ବାହା ହେବାକୁ ଆସିଥିବା ପୁଅ ନିଜ ଗ୍ରାମକୁ ଫେରି ଯାଇଥିଲା ବେଳେ ପୋଲିସ ଝିଅକୁ ସ୍ବଧାର ଗୃହକୁ ପଠାଇଛି।

Related posts