ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ଚାଲାଣକାରି ଗିରଫ

Published: Apr 29, 2023, 11:53 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ମୋହନା ପୋଲିସକୁ ବଡ ସଫଳତା ମିଳିଛି। ବିପୁଳ ପରିମାଣର ଗଞ୍ଜେଇ ଜବତ କରିବାରେ ପୋଲିସ ସଫଳ ହୋଇଛି।

ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଥାନା କର୍ମଚାରୀମାନେ ମୋହନା ବଡଗଡ ରାସ୍ତାର କେଶୁରା ଛକରେ ପଇଁତରା ମାରୁଥିଲେ। ଠିକ ସେତିକି ବେଳେ ରାସ୍ତାରେ ଯାଉଥିବା ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯେଉଁଥିରୁ ୬ ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଥିଲା। ଏବଂ ଚାଲାଣକାରୀ ଯୁବକ ଫିରୋଜ ମଳିକକୁ ଥାନାକୁ ଆଣି ଜେରା କରଯାଇଥିଲା। ତେବେ ସେ ଉକ୍ତ ଗଞ୍ଜେଇକୁ ଏହି ଗଜପତି ଜିଲ୍ଲାରୁ ବାହାରକୁ ଚାଲାଣ କରୁଥିବା ରାଜି ହୋଇଥିଲା।

ପୋଲିସ ପକ୍ଷରୁ ଉକ୍ତ ଗଞ୍ଜେଇ ଓ ଗାଡିକୁ ଜବତ କରିବା ସହ କେଶ୍ ନଂ ୫୬/୨୩ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।

Related posts