ପୁର୍ବ ଶତ୍ରୁତାରୁ ଛୁରା ମାଡ଼, ୪ ଆହତ

Published: May 10, 2023, 3:29 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ପୁର୍ବ ଶତ୍ରୁତାରୁ ଆକ୍ରମଣ ରେ ୪ ଗୁରୁତର ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଜୟ ଦାସ ନାମକ ଜଣେ ଯୁବକ ନିଜ ସାଙ୍ଗ ସହ ମୋଟରସାଇକେଲରେ ବସି ଗାଁ ବାହାରକୁ ଗଲାବେଳେ ପୁର୍ବ ଶତ୍ରୁତାରୁ ରାଗ ରଖି ପାର୍ବତୀ ପୁର ଗ୍ରାମର ଶେଷ ମୁଣ୍ଡରେ ଛକି ରହିଥିବା କିଛି ଯୁବକ ଅଚାନକ ଭାବେ ଅଜୟକୁ ଗୋଡାଇ ଗୋଡାଇ ଛୁରୀରେ ଆକ୍ରମଣ କରିଥିଲେ। ଭୟଭୀତ ହୋଇ ଅଜୟ ଗାଁ ଭିତରକୁ ଦୌଡ଼ି ଯାଇ ନିଜ ଘରକୁ ପଳାଇବା ବେଳେ ଆକ୍ରମଣକାରୀ ଯୁବକମାନେ ଅଜୟଙ୍କ ଘର ମଧ୍ୟକୁ ପ୍ରବେଶ କରି ଇଟା ଓ ପଥର ମାଡ଼ କରିଥିଲେ। ଯ’ଦ୍ଵାରା ଅଜୟ ଜେଜେମା, ଖୁଡି ଓ ସମ୍ପର୍କୀୟ ଭାଇ ନାରାୟଣ ଦାସ ଆକ୍ରମଣକାରୀଙ୍କ ଦ୍ଵାରା ଗୁରୁତର ଆହତ ହୋଇଥିଲେ।

ପରିବାର ପକ୍ଷରୁ ଫୋନ ଯୋଗେ ଗୋପାଳପୁର ପୋଲିସ ଅଭିଯୋଗ ପାଇ ଏସ୍ ଡି ପି ଓ ଶିବଶଙ୍କର ମହାପାତ୍ର ଓ ଗୋପାଳପୁର ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଡ଼କାଇ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇବା ସହ ଏକ ସେକ୍ସନ ପୋଲିସ ମୁତୟନ କରିଛନ୍ତି। ଗୁରୁତର ଆହତ ଅଜୟର ଭଉଣୀ ରୁପା ଦାସ ଠାରୁ ଅଭିଯୋଗ ଗ୍ରହଣ କରି ଏତଲା ନଂ ୧୫୧/୨୩ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ଓ ଘଟଣାସ୍ଥଳରୁ ପୋଲିସ ଏକ ଛୁରୀ ଜବତ୍ କରିଛନ୍ତି।

Related posts