Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବକଙ୍କୁ ଗୁଳିମାଡ ଘଟଣା: ସାଇଂଟିଫିକ ଟିମର ଛାନଭିନ, ବାଇକ, ଖୋକା ଜବତ
ଅପରାଧ

ଯୁବକଙ୍କୁ ଗୁଳିମାଡ ଘଟଣା: ସାଇଂଟିଫିକ ଟିମର ଛାନଭିନ, ବାଇକ, ଖୋକା ଜବତ

May 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନବାଡି କେନ୍ଦ୍ର ନିକଟରେ ଗତକାଲି ରାତିରେ ସେକ ନସିମ ବବୁଲଙ୍କୁ ଗୁଳିମାଡ ହୋଇଛି। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି। ଆଜି ଏହି ମାମଲାରେ ବବୁଲଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି।

ଅଭିଯୋଗ ଉପରେ ପୋଲିସ ଦଫା ୩୦୭/୨୯୪/୧୨୦ ବିଆଇପିସି/୨୫ /୨୭ ଆରମ୍ଭ ଆକ୍ଟରେ ୩୦୩/୨୩ରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଘଟଣା ସ୍ଥଳରୁ ପୋଲିସ ଡୋମିନାର – ଡି – ୪୦୦ – ବାଇକ ( ଓଡି-ଠ୨ – ଏଏଚ – ୩୨୫୩ ), ଖୋକା ପୋଲିସ ଜବତ କରିଛି। ଆଜି ମଧ୍ୟାହ୍ନରେ ସାଇଂଟିଫିକ ଟିମ ସହ ପୋଲିସ ପହଂଚିତ ଛାନଭିନ କରିଛି। ସାଇଂଟିଫିକ ଟିମ ସହ ପୋଲିସ ପହଂଚି ଛାନଭିନ କରିଛି।

ଅଭିଯୋଗରେ ଦର୍ଶାଯାଇଛି ଯେ, ଗତକାଲି ସାଢେ ୮ଟା ସମୟରେ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନଂ- ୧ ନିକଟରେ ମୋ ସ୍ଵାମୀ ସେକ ନସିମ ଓରଫ ବବୁଲ ୪ଜଣ ସାଙ୍ଗ ସୂର୍ଯ୍ୟ ନାରାୟଣ ମହାନ୍ତି, ତାରିଣୀ ପ୍ରସାଦ ମହାନ୍ତି, ଆଶିଷ ପଟ୍ଟନାୟକ, ରୋସନ ମହାରଣା ଏବଂ ମେହୋଜ ଖାଁଙ୍କ ସହ ବସି କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଭାଲିଆବାଡି ଗ୍ରାମର ସତ୍ୟ ନାରାୟଣ ପ୍ରଧାନ ଓରଫ ରାଣା ପହଂଚି ହଠାତ୍ ତାରିଣୀ ପ୍ରସାଦ ମହାନ୍ତିଙ୍କୁ ଗାଳିଗୁଳଜ କରିଥିଲେ। ପ୍ୟାଣ୍ଟ ପକେଟରୁ ବନ୍ଧୁକ ବାହାର କରି ମାରିବାକୁ ଧମକ ଦେବା ସମୟରେ ବଦୁଲ ତାଙ୍କୁ ବିରୋଧ କରିଥିଲେ। ଏଥିରେ ରାଣା ଉତକ୍ଷିପ୍ତ ହୋଇ ମୋ ସ୍ବାମୀଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ସେଥିରୁ ଗୋଟିଏ ଫୁଟିନଥିବା ବେଳେ ଅନ୍ୟ ଗୁଳି ବବୁଲଙ୍କ ଦକ୍ଷିଣ ପାର୍ଶ୍ବ ଛାତିରେ ବାଜିଥିଲା।

ବବୁଲଙ୍କୁ ରକ୍ତାକ୍ତ ଅବସ୍ଥାରେ ଅନ୍ୟ ସାଙ୍ଗ ମାନେ ମେଡିକାଲକୁ ନେଇଯାଇଥିଲେ। ବିନା ଲାଇସେନ୍ ପ୍ରାପ୍ତ ବନ୍ଧୁକ ବ୍ୟବହାର କରି ତାଙ୍କୁ ମାରିଦେବା ଉଦ୍ଦେଶ୍ୟରେ ବନ୍ଧୁକ ଚଳାଇ ହତ୍ୟା ଷଢଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ସେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ଖୋର୍ଦ୍ଧା ଟାଉନ ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026
Latest News

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମହାରାଷ୍ଟ୍ର ବିଧାନ ପରିଷଦରେ ଠାକରେ-ପାୱାରଙ୍କୁ ଝଟକା: ୧୭ଟିରୁ ୧୬ ଟି ଆସନରେ ମହାୟୁତି ବିଜୟୀ

June 22, 2026

ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଇସ୍ତଫା: ଜାଣନ୍ତୁ ଏବେ କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ

June 22, 2026

ବର୍ଷା ଦିନିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.