
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ପ୍ଲଟ୍ ବ୍ୟବସାୟକୁ ନେଇ ମାଣ୍ଡିଆପଲୀ ଗ୍ରାମର ଶୁଭମ୍ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ କୋଦଳା ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଜଗନ୍ନାଥ ପୁର ଛକରୁ ଏକ କାର୍ କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬ ଜଣ ଯୁବକ ଶୁଭମ୍ କୁ ଅପହରଣ କରୁଥିବା ଜାଣିବାକୁ ପାଇଥିଲେ।
ପୋଲିସ ଉକ୍ତ ୬ ଯୁବକଙ୍କ ସହ ଅପହୃତ ଶୁଭମ୍ ଙ୍କୁ ଉଦ୍ଧାର କରିଥିଲା। ଏହାସହ ଗୋଟିଏ ମୋବାଇଲ ଫୋନ, ଗୋଟିଏ ମାରଣାସ୍ତ୍ର ଓ ଉକ୍ତ କାର୍ କୁ ଜବତ କରିବା ସହ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।