Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଦୀପୁ ପାତ୍ର ହତ୍ୟା ମାମଲା: ଜଣେ ନାବାଳକ ସମେତ ୫ ଗିରଫ

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ହତ୍ୟା ମାମଲାରେ କୋଦଳା ପୋଲିସ ଜେ. ଛଚିନା ଗ୍ରାମର ସଂଗ୍ରାମ ପରିଡା, ଲିଟୁ ନାହକ, ଭ୍ରମର ପାଣ୍ଡି, ସଞ୍ଜୟ ରାଉତ ସମେତ ଜଣେ ନାବାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ମୁତାବକ ସୁରାଟରେ ଏକ ବେଆଇନ ମଦ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ଏ ନେଇ କୋଦଳା ଥାନାରେ କେସ ନଂ ୪୮୨ /୬.୧୦.୨୩ ୟୁ /ଏସ୍ ୩୬୫ ଆଇପିସି ୩୬୪/୩୦୨/୧୨୦ ବି /୩୪ ଆଇପିସି ରେ କୋର୍ଟ ଚାଲାଣ କରିଛି। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁ ଙ୍କ କ୍ଷତାକ୍ତ ମୃତଦେହ।

ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା। ଶେଷରେ ଅଭିଯୁକ୍ତ ମାନେ ଗିରଫ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହରଣର ତିନିଦିନ ପରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କେ. ଖରିଡା ଗ୍ରାମର ଦିପୁ ପାତ୍ର ଅପହରଣ ଘଟଣା। ଅପହରଣର ତିନିଦିନ ପରେ କୋଦଳା ଥାନା ସାତନଳ ଛକ ହ୍ରଦ ନିକଟ ଏକ ବୁଦାରୁ ଠାବହେଲା ଦିପୁଙ୍କ କ୍ଷତାକ୍ତ ମୃତଦେହ। କୋଦଳା ପୋଲିସ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଚଳାଇଛି।

ଦିପୁ ଗତ ଶୁକ୍ରବାର ଦିନ କୋଦଳା କୋର୍ଟକୁ କୌଣସି ଏକ ମାମଲା ନେଇ ଆଇନଜୀବୀଙ୍କ ସହ କଥା ହୋଇସାରି ନିଜ ଗ୍ରାମକୁ ଫେରିବା ବେଳେ ଜେ. ଛଚିନା ଗ୍ରାମ ନିକଟରୁ ତାଙ୍କୁ ଅପହରଣ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଅପହରଣ ପରେ ଦିପୁ ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଫୋଟ ଭାଇରାଲ ହୋଇଥିଲା।

ତେବେ ଅଭିଯୋଗର ତିନିଦିନ ପରେ ଆଜି ଦିପୁଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି।  ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିବା ବେଳେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ତାର ତଦନ୍ତ କରୁଛି ପୋଲିସ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଅପହରଣ ଅଭିଯୋଗରେ କୋଦଳା ପୋଲିସ ଦ୍ବାରା ୬ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ପ୍ଲଟ୍ ବ୍ୟବସାୟକୁ ନେଇ ମାଣ୍ଡିଆପଲୀ ଗ୍ରାମର ଶୁଭମ୍ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ କୋଦଳା ପୋଲିସ ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଜଗନ୍ନାଥ ପୁର ଛକରୁ ଏକ କାର୍ କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୬ ଜଣ ଯୁବକ ଶୁଭମ୍ କୁ ଅପହରଣ କରୁଥିବା ଜାଣିବାକୁ ପାଇଥିଲେ।

ପୋଲିସ ଉକ୍ତ ୬ ଯୁବକଙ୍କ ସହ ଅପହୃତ ଶୁଭମ୍ ଙ୍କୁ ଉଦ୍ଧାର କରିଥିଲା। ଏହାସହ ଗୋଟିଏ ମୋବାଇଲ ଫୋନ, ଗୋଟିଏ ମାରଣାସ୍ତ୍ର ଓ ଉକ୍ତ କାର୍ କୁ ଜବତ କରିବା ସହ ୬ ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା।

Categories
ଆଜିର ଖବର ରାଜ୍ୟ ଖବର

କୋଦଳା ପୋଲିସ ଦ୍ବାରା ୩ ଅନାଥ ଶିଶୁ ଉଦ୍ଧାର

କୈଳାଶ ଚନ୍ଦ୍ର ଚୌଧୁରୀ

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ବଙ୍ଗାଳି ସାହି ବାସିନ୍ଦା ରଞ୍ଜନ ରଣା ଜଣେ ଯକ୍ଷ୍ମା ରୋଗୀ ଓ ସେ ବହୁ ଦିନ ହେଲା ପତ୍ନୀକୁ ହରାଇ ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ବହୁତ କଷ୍ଟରେ ଚଳୁଥିଲେ। ନିଜର ସମ୍ବଳ ଅଭାବରୁ ପିଲାମାନଙ୍କୁ ପାଠ ନପଢାଇ ଭିକ୍ଷା ବୃତ୍ତିରେ ନିୟୋଜିତ କରିଥିଲେ। ପିଲାମାନେ ଭିକ୍ଷା ବୃତ୍ତି କରି ଆଧାର କେନ୍ଦ୍ରରୁ ଆହାର ଆଣି ବାପାଙ୍କୁ ଦେବା ସହ ନିଜେ ଖାଉଥିଲେ ଓ ବଳକା ଟଙ୍କା ରୋଗୀଣା ବାପାକୁ ଦେଲେ ସେ ମଦ ପିଉଥିଲେ।

ଏହା କୌଣସି ସୁତ୍ରରୁ ସୂଚନା ପାଇ ଜିଲ୍ଲା ପ୍ରଶାସନ ବ୍ଳକ ବିଡ଼ିଓଙ୍କୁ ରିପୋର୍ଟ ମାଗିଥିଲେ ଓ ବିଡ଼ିଓ ତତକ୍ଷଣାତ୍ ଥାନା ଅଧିକାରୀଙ୍କ ସହଯୋଗରେ ବଙ୍ଗାଳି ସାହିରେ ପହଞ୍ଚି ୩ ଅନାଥ ଶିଶୁ ଶିବମ୍, ରୋମିଓ ଓ ସ୍ମୃତିରାଣିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହିତ ଯୋଗାଯୋଗ କରି ଧରାକୋଟ ଅନାଥାଶ୍ରମରେ ପହଞ୍ଚାଇବା ସହ ରୋଗୀଣା ରଞ୍ଜନକୁ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।