କୋଦଳା ପୋଲିସ ଦ୍ବାରା ୩ ଅନାଥ ଶିଶୁ ଉଦ୍ଧାର

Published: Mar 1, 2023, 12:44 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ବଙ୍ଗାଳି ସାହି ବାସିନ୍ଦା ରଞ୍ଜନ ରଣା ଜଣେ ଯକ୍ଷ୍ମା ରୋଗୀ ଓ ସେ ବହୁ ଦିନ ହେଲା ପତ୍ନୀକୁ ହରାଇ ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ବହୁତ କଷ୍ଟରେ ଚଳୁଥିଲେ। ନିଜର ସମ୍ବଳ ଅଭାବରୁ ପିଲାମାନଙ୍କୁ ପାଠ ନପଢାଇ ଭିକ୍ଷା ବୃତ୍ତିରେ ନିୟୋଜିତ କରିଥିଲେ। ପିଲାମାନେ ଭିକ୍ଷା ବୃତ୍ତି କରି ଆଧାର କେନ୍ଦ୍ରରୁ ଆହାର ଆଣି ବାପାଙ୍କୁ ଦେବା ସହ ନିଜେ ଖାଉଥିଲେ ଓ ବଳକା ଟଙ୍କା ରୋଗୀଣା ବାପାକୁ ଦେଲେ ସେ ମଦ ପିଉଥିଲେ।

ଏହା କୌଣସି ସୁତ୍ରରୁ ସୂଚନା ପାଇ ଜିଲ୍ଲା ପ୍ରଶାସନ ବ୍ଳକ ବିଡ଼ିଓଙ୍କୁ ରିପୋର୍ଟ ମାଗିଥିଲେ ଓ ବିଡ଼ିଓ ତତକ୍ଷଣାତ୍ ଥାନା ଅଧିକାରୀଙ୍କ ସହଯୋଗରେ ବଙ୍ଗାଳି ସାହିରେ ପହଞ୍ଚି ୩ ଅନାଥ ଶିଶୁ ଶିବମ୍, ରୋମିଓ ଓ ସ୍ମୃତିରାଣିକୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ସହିତ ଯୋଗାଯୋଗ କରି ଧରାକୋଟ ଅନାଥାଶ୍ରମରେ ପହଞ୍ଚାଇବା ସହ ରୋଗୀଣା ରଞ୍ଜନକୁ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।

Related posts