ଦୁଇ ଏଟିଏମ୍ ଲୁଟେରା ଗିରଫ: ୧୨ ଟି କାର୍ଡ ଓ ନଗଦ ୯୨ ହଜାର ଜବତ

Published: Jun 15, 2023, 3:44 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ରମ୍ଭା ଥାନା ପୋଲିସ ଦୁଇ ଏଟିଏମ୍ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ଦୁଇ ଜଣ ଯୁବକ ମଧ୍ୟରେ ଜଣେ ଚମାଖଣ୍ଡି ଥାନା ଅନ୍ତର୍ଗତ ଶୀତାରାମପୁର ଗ୍ରାମର ହରିହର ରେଡି ଓ ଲକ୍ଷ୍ମୀପୁର ଗ୍ରାମର ରଘୁନାଥ ରେଡି ବୋଲି ଜଣାପଡିଛି। ଉଭୟଙ୍କ ନିକଟରୁ ୧୨ ଟି ଏ ଟି ଏମ୍ କାର୍ଡ ଓ ନଗଦ ୯୨ ହଜାର ଟଙ୍କା ପୋଲିସ ଜବତ କରିଛନ୍ତି।

ଏହି ଦୁଇ ଲୁଟେରା ବେଲଗୁଣ୍ଠା ଓ ପୁରୀ ଜିଲ୍ଲା କ୍ରୁଷ୍ଣପ୍ରସାଦ ଅଞ୍ଚଳରେ ଏ ଟି ଏମ୍ କାର୍ଡ ବଦଳାଇ ଟଙ୍କା ଲୁଟି ଚାଲିଥିଲେ। ଘଟଣା ବିଷୟରେ ପୋଲିସ ନିକଟରେ ରମ୍ଭା ଅଞ୍ଚଳରୁ ଦୁଇଟି ଓ ବେଲଗୁଣ୍ଠା ଅଞ୍ଚଳରୁ ଗୋଟିଏ ଅଭିଯୋଗ ପାଇ ଅନୁସନ୍ଧାନ ଚଳାଇ ଉକ୍ତ ଦୁଇ ଲୁଟେରା କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତ ହରିହର ନାମରେ ପୁର୍ବରୁ ବିଭିନ୍ନ ଥାନାରେ ମକଦ୍ଦମା ଥିବା ପୋଲିସ କହିଛି।

Related posts