Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ବୁଗୁଡ଼ା ଥାନା ପୋଲିସ: ୫ ଗିରଫ, ମାରଣାସ୍ତ୍ର ଜବତ
ଅପରାଧ

ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କଲା ବୁଗୁଡ଼ା ଥାନା ପୋଲିସ: ୫ ଗିରଫ, ମାରଣାସ୍ତ୍ର ଜବତ

June 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି ଭୋର୍ ସକାଳୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ନିକଟସ୍ଥ ପୋଚାଲୁଣ୍ଡି ଗାଁ ଛକରେ ଅଚାନକ ଚଢ଼ାଉ କରି ଏକ ବଡ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରିଛନ୍ତି। ଘଟଣାସ୍ଥଳରୁ ୫ ଜଣ ଡକାୟତ ଯଥା କୁନା ବାରିକ, ନାରାୟଣ ବେହେରା, ସନିଆ ନାଇକ, ହାଡ଼ୁ ରଣା ଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାଲାସା ଥାନା ଅନ୍ତର୍ଗତ ନେହେରୁ ନଗର ଅଞ୍ଚଳର ତିରୁମାଲା ପାତ୍ରକୁ ପୋଲିସ ଉଠାଇ ଆଣି ଏତଲା ନଂ ୪୪୭/୨୩ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ଏତଦବ୍ୟତୀତ ଘଟଣାସ୍ଥଳରୁ ୩ଟି ପିସ୍ତଲ୍,୧୦ ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ଦୁଇଟି ମୋଟରସାଇକେଲ, ୬ ଟି ମୋବାଇଲ ଫୋନ,୧୩୦ ଗ୍ରାମ ସୁନା, ନଗଦ ଏକ ଲକ୍ଷ ୨୨ ହଜାର ଟଙ୍କା ସମେତ ଏକ ପ୍ୟାକେଟ୍ ମରିଚ ଗୁଣ୍ଡ ପୋଲିସ ଜବତ କରିଛି। ଅଭିଯୁକ୍ତ କୁନା ବାରିକ ନାମରେ ଆଗରୁ ୧୪ ଟି ମକଦ୍ଦମା ବିଭିନ୍ନ ଥାନାରେ ରହିଛି ବୋଲି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ବଡ଼ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୁଚନା ଯୋଗ୍ୟ ଯେ, ଏହି ଅଭିଯୁକ୍ତ ମାନେ ପୁର୍ବରୁ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ସୁନା ଚୋରି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ଅତିରିକ୍ତ ଏସପି ସୁଚନା ପ୍ରଦାନ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଓ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଗିରଫ ଡକାୟତି ଉଦ୍ୟମ ବୁଗୁଡ଼ା ଥାନା ମାରଣାସ୍ତ୍ର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Latest News

Ambani Announcement: ଡାଟା ଭଳି ଶସ୍ତା ହେବ ଏଆଇ; ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଏଆଇ ପ୍ଲାଟଫର୍ମ ଶୁଭାରମ୍ଭ

February 19, 2026

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.