ରାହୁଲ ଗାନ୍ଧୀଙ୍କୁ ଝଟକା: ପୁନର୍ବିଚାର ଆବେଦନକୁ ଖାରଜ କଲେ ଗୁଜୁରାଟ ହାଇକୋର୍ଟ

Published: Jul 7, 2023, 11:54 am IST

ନୂଆଦିଲ୍ଲୀ: ମୋଦୀ ଉପନାମ ସହ ଜଡିତ ମାନହାନୀ ମାମଲାରେ ଗୁଜୁରାଟ ହାଇକୋର୍ଟରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଦୋଷୀ ସାବ୍ୟସ୍ତ କରିବା ଟ୍ରାଏଲ କୋର୍ଟଙ୍କ ଆଦେଶ ଠିକ। ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଆବେଦନ ଖାରଜ ହୋଇଛି। ଅଦାଲତ ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତି କମରେ ୧୦ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀ ଆଉ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ କିମ୍ବା ସଂସଦର ସଦସ୍ୟ (ସାଂସଦ) ଭାବରେ ତାଙ୍କ ସ୍ଥିତିର ସ୍ଥଗିତାଦେଶ ପ୍ରତ୍ୟାହାର କରିବାକୁ ମଧ୍ୟ ସମର୍ଥ ହେବେ ନାହିଁ। ହାଇକୋର୍ଟଙ୍କ ଆଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିପାରନ୍ତି।

Related posts